ରାଜ୍ୟରେ ପ୍ରଥମ, କୋରାପୁଟ ପ୍ରଶାସନର ଭୋଟର ସଚେତନ ନେଇ ଅଭିନବ ପ୍ରୟାସ

Published By : Prameya-News7 Bureau | April 16, 2024 IST

କୋରାପୁଟ ୧୬/୦୪: ଚଳିତବର୍ଷ ନିର୍ବାଚନରେ ଅଧିକରୁ ଅଧିକ ମତଦାନ ସାବ୍ୟସ୍ତ କରିବାକୁ ବିଭିନ୍ନ ପ୍ରକାରେ ଲୋକଙ୍କୁ ସଚେତନ କରାଯାଉଛି । ରାଜ୍ୟରେ ପ୍ରଥମ ଥରପାଇଁ କୋରାପୁଟ ପ୍ରଶାସନ ଅଭିନବ ଉପାୟରେ ଭୋଟରଙ୍କୁ ସଚେତନ କରୁଛି । ଜିଲ୍ଲାର ବିଭିନ୍ନ ହୋଟେଲରେ ଫୁଡ୍ ପାର୍ସଲରେ ଲଗାଇଛି ଭୋଟର ସଚେତନତା ଷ୍ଟିକର।  ଅଭିନବ ଉପାୟରେ ଭୋଟର ସଚେତନତା ଗ୍ରାହକଙ୍କୁ ମଧ୍ୟ ବେସ ଆକୃଷ୍ଟ କରୁଛି ଫୁଡ୍ ପାର୍ସଲ ଉପରେ ଏହି ଷ୍ଟିକର । 

ଜିଲ୍ଲାର ପ୍ରମୁଖ ସହର କୋରାପୁଟ ଜୟପୁର ଓ ସେମିଳିଗୁଡାର ବିଭିନ୍ନ ହୋଟେଲରେ ଏବେ ଫୁଡ୍ ପାର୍ସଲ କଲେ ଏଭଳି ଷ୍ଟିକର ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହୋଟେଲକୁ ଏହି ଷ୍ଟିକର ଯୋଗାଇ ଦିଆଯାଇଛି । ସମସ୍ତ ଫୁଡ୍ ପାର୍ସଲରେ ଏହି ଷ୍ଟିକର ଲଗାଇ ଗ୍ରାହକଙ୍କୁ ଦେବାକୁ ନିବେଦନ କରାଯାଇଛି । 

ଷ୍ଟିକରରେ ଭୋଟ ଗ୍ରହଣ ତାରିଖ ସହ ଭୋଟର ସଚେତନତା ମେସେଜ ଲେଖାଯାଇଛି। ଫୁଡ୍ ପାର୍ସଲ ଷ୍ଟିକର ଏବେ ଗ୍ରାହକଙ୍କୁ ଆକୃଷ୍ଟ କରିବା ସହ ଭୋଟର ସଚେତନତାରେ ବେଶ୍ ସହାୟକ ହେବ କହିଛନ୍ତି ହୋଟେଲ ମାଲିକଙ୍କ ସହ ଗ୍ରାହକ । କୋରାପୁଟ ଜିଲ୍ଲାରେ ଅଧିକରୁ ଅଧିକ ମତଦାନ କରିବାକୁ ଭୋଟରଙ୍କୁ ଉତ୍ସାହିତ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛି କୋରାପୁଟ ଜିଲ୍ଲା ପ୍ରଶାସନ। 

ଏବେ ଅନଲାଇନ ଫୁଡ୍ ଅର୍ଡର ସହ ହୋଟେଲରେ ପାର୍ସଲ ଉପରେ ଲୋକେ ଅଧିକ ନିର୍ଭରଶୀଳ। ଏବେ ସେଥିରେ ଭୋଟରଙ୍କୁ ଅଧିକ ଉତ୍ସାହିତ କରିବାକୁ ଷ୍ଟିକର ମାଧ୍ୟମରେ ମେସେଜ ଦେବାକୁ ଚେଷ୍ଟା କରା ଯାଇଥିବା ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମଧ୍ୟ ଜିଲ୍ଲା ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ସମ୍ପୁର୍ଣ୍ଣ ଭାବରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।


  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.