ମଦୁରାଇ ୮।୬: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ତାମିଲନାଡୁର ମଦୁରାଇର ଏକ ସଭାରେ ତାମିଲ ଭାଷା କହି ନପାରିବାରୁ କାର୍ଯ୍ୟକର୍ତ୍ତାମାନଙ୍କୁ କ୍ଷମା ମାଗିଛନ୍ତି। ତେବେ ସେ ତାମିଲ ଭାଷାକୁ ଭାରତର ସବୁଠୁ ମହାନ ଭାଷା ମଧ୍ୟରେ ଅନ୍ୟତମ ବୋଲି କହିଛନ୍ତି। ଏହା ସହିତ ସେ ଭାରତୀୟ ଜନତାପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କୁ ଆଗାମୀ ନିର୍ବାଚନରେ ରାଜ୍ୟ କ୍ଷମତାରେ ଥିବା ଡିଏମକେ ମେଣ୍ଟ ଏନଡିଏ ହାତରେ ପରାସ୍ତ ହେବ ବୋଲି ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ତାମିଲନାଡୁର ମଦୁରାଇରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ସମ୍ମେଳନକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ‘ମୁଁ ଆପଣମାନଙ୍କୁ ଭାରତର ମହାନ ଭାଷା ତାମିଲରେ ବାର୍ତ୍ତା ଦେଇ ପାରୁ ନାହିଁ, ଏଥିଲାଗି ମୋତେ କ୍ଷମା କରନ୍ତୁ’। ଶାହ କହିଛନ୍ତି ଯେ ମୁଁ ଆପଣମାନଙ୍କୁ ଭରସା ଦେଉଛି ୨୦୨୬ ବିଧାନସଭା ନିର୍ବାଚନରେ ରାଜ୍ୟରେ ଏଆଇଡିଏମକେ ଓ ବିଜେପିମେଣ୍ଟରେ ସରକାର ହେବ। ମୁଁ ଦିଲ୍ଲୀରେ ରହୁଛି ହେଲେ ମୋ କାମ ତାମିଲନାଡୁରେ ସବୁ ଶୁଣୁଛି।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ତାମିଲନାଡୁ ଗସ୍ତ ଏପରି ଏକ ସମୟରେ ହୋଇଛି ଯେତେବେଳେ ରାଜ୍ୟ କ୍ଷମତାରେ ଥିବା ଡିଏମକେ ଲଗାତାର ଭାଷା ପ୍ରସଙ୍ଗ ଉଠାଇ ରାଜ୍ୟରେ ହିନ୍ଦୀ ବିରୋଧକୁ ପ୍ରୋତ୍ସାହନ ଦେଉଛି। ଲଗାତାର ଡିଏମକେ କେନ୍ଦ୍ର ସରକାରଙ୍କ ଉପରେ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି (ଏନଇପି)କୁ ନେଇ ହିନ୍ଦୀ ଥୋପିବାର ଅଭିଯୋଗ କରୁଛି।