ବିନା କ୍ଷତିରେ କୌଣସି ଯୁଦ୍ଧ ହୁଏ ନାହିଁ, ଆମେ କଡ଼ା ଜବାବ ଦେଇଛୁ...ଅପେସନ ସିନ୍ଦୂରକୁ ନେଇ CDSଙ୍କ ବୟାନ

Published By : Prameya-News7 Bureau | May 31, 2025 IST

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଅନିଲ ଚୌହାନ ଏକ ବଡ଼ ବୟାନ ଦେଇଛନ୍ତି । ସିଡିଏସ୍ ଅନିଲ ଚୌହାନ କହିଛନ୍ତି ଯେ ବିନା କ୍ଷତିରେ କୌଣସି ବି ଯୁଦ୍ଧ ଲଢାଯାଇପାରିବ ନାହିଁ । ପାକିସ୍ତାନକୁ ଯେଉଁ ପ୍ରଭାବୀ ଢଙ୍ଗରେ ଭାରତ ଜବାବ ଦେଇଛି, ତାକୁ ପ୍ରଶଂସା କରାଯାଉଛି । ଭଲ କଥା ଏହା ଯେ ଆମେ ଆମ ସାମରିକ ଭୁଲ ବୁଝିବାରେ ସକ୍ଷମ ଓ ସେଥିରେ ସୁଧାର କରି ପାରିବୁ । ଦୁଇ ଦିନ ପରେ ପୁଣି ଥରେ ତାକୁ ଲାଗୁ କରିପାରିବୁ । ପୁଣି ଆମର ସମସ୍ତ ଯୁଦ୍ଧ ବିମାନକୁ ଦୀର୍ଘ ଦୂରର ମିଶନ ହାସଲ ପାଇଁ ଉଡ଼ାଇ ପାରିବୁ । ଏହାସହ ପାକିସ୍ତାନ ଦ୍ୱାରା ୬ ବିମାନ ନଷ୍ଟ କରାଯିବା ଦାବିକୁ ସେ ଖଣ୍ଡନ କରିଛନ୍ତି ।

ଏହି ସାକ୍ଷାତକାର ପୂର୍ବରୁ ସିଡିଏସ୍ ଜେନେରାଲ୍ ଅନିଲ ଚୌହାନ ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଆଇନା ଦେଖାଇଥିଲେ । ସିଙ୍ଗାପୁରରେ ୨୨ତମ ଶାଙ୍ଗରୀ-ଲା ଡାଏଲଗରେ ସିଡିଏସ୍ କହିଥିଲେ ଯେ ପାକିସ୍ତାନ ସବୁବେଳେ ଭାରତକୁ ଧୋକା ଦେଇଛି । ଏହା ମଧ୍ୟ ସେ ସ୍ପଷ୍ଟ କରିଥିଲେ ଯେ ଭାରତ ବଦଳି ନାହିଁ, ବରଂ ରଣନୀତି ମଧ୍ୟ ବଦଳିଛି । ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଥିବା ଆତଙ୍କୀଙ୍କ ନିପାତ କରିବା ପରେ ଏବେ ଅନ୍ତର୍ଜାତୀୟ ମଞ୍ଚଳରେ କୂଟନୈତିକ ମୋର୍ଚ୍ଚାରେ ପାକିସ୍ତାନର ପୋଲ୍ ଖୋଲୁଛି ଭାରତ ।

ବ୍ଲୁମବର୍ଗ ଟିଭିକୁ ଦେଖିଥିବା ସାକ୍ଷାତକାରରେ ସିଡିଏସ୍ କହିଛନ୍ତି, ଏବେ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ଆମେ ବିନା କୌଣସି ରଣନୀତିରେ କାମ କରୁନାହୁଁ । ଆମକୁ ସ୍ୱାଧୀନତା ମିଳିବା ବେଳେ, ପାକିସ୍ତାନ ସବୁ କ୍ଷେତ୍ରରେ ଆମଠୁ ଆଗରେ ଥିଲା, ସାମାଜିକ, ଆର୍ଥିକ, ପ୍ରତି ବ୍ୟକ୍ତି ଜିଡିପି । ଆଜି ଭାରତ ଆମର ଅଧିକ ବିବଧତା ସତ୍ତ୍ୱେ ସବୁ ମୋର୍ଚ୍ଚାରେ, ଆର୍ଥିକ ପ୍ରଦର୍ଶନ, ମାନବ ବିକାଶ ଓ ସାମାଜିକ ସଦଭାବରେ ଆଗରେ ରହିଛି । ଏହା କେବଳ ସଂଯୋଗ ନୁହେଁ, ଏହା ଦୀର୍ଘକାଳୀନ ରଣନୀତିର ପରିମାଣ ଅଟେ । କୂଟନୈତିକ ରୂପେ ଆମେ ୨୦୧୪ରେ ଯୋଗାଯୋଗ କରିଥିଲୁ, ଯେତେବେଳେ ନୱାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଆମନ୍ତ୍ରଣ କରିଥିଲେ । କିନ୍ତୁ ତାଳି ବାଜିବା ପାଇଁ ଦୁଇଟି ହାତ ଦରକାର । ଯଦି ଆମକୁ କେବଳ ଶତ୍ରୁତା ମିଳୁଛି, ତେବେ ଏବେ ଆଇସୋଲେଟ୍ କରିବା ହିଁ ଭଲ ରଣନୀତି । 

ଜେନେରାଲ୍ ଚୌହାନ ରାଷ୍ଟ୍ରପତିଙ୍କ ଟ୍ରମ୍ପଙ୍କ ସେହି ଦାବିକୁ ଉପରେ ଟିପ୍ପଣୀ କରିବାକୁ ମନା କରିଛନ୍ତି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ଆମେରିକା ପରମାଣୁ ଯୁଦ୍ଧ ଏଡାଇବାରେ ସାହାଯ୍ୟ କରିଛି । କିନ୍ତୁ ସେ କହିଛନ୍ତି ଯେ ଉଭୟ ପକ୍ଷ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ନିକଟତର ଥିଲେ ବୋଲି କହିବା ଠିକ୍ ନୁହେଁ ।

ଏହାପୂର୍ବରୁ, ଭାରତୀୟ ବାୟୁସେନା ଡିଜିଏମଓ ଏୟାର ମାର୍ଶଲ ଏ.କେ. ଭାରତୀ ମେ ୧୧ରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ 'ଯୁଦ୍ଧରେ କ୍ଷତି ହେବା ସ୍ୱାଭାବିକ, କିନ୍ତୁ ଆମର ସମସ୍ତ ପାଇଲଟ୍ ସୁରକ୍ଷିତ ଭାବରେ ଫେରିଛନ୍ତି।' ସେ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଅପରେସନ ସିନ୍ଦୂର ସମୟରେ ବାୟୁସେନା ପୂର୍ଣ୍ଣ ଶକ୍ତି ସହିତ କାମ କରିଥିଲା ଏବଂ ଶତ୍ରୁକୁ ଉପଯୁକ୍ତ ଜବାବ ଦେଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.