ଲିଫ୍ଟରେ ଫସିଗଲେ ଦୁଇ ମହିଳା, ୨ ଘଣ୍ଟା ପରେ ହେଲେ ଉଦ୍ଧାର

Published By : Prameya-News7 Bureau | June 09, 2025 IST

ବ୍ରହ୍ମପୁର: ଅଧାରେ ଅଟକିଗଲା ଲିଫ୍ଟ। ଭିତରେ ଫସିଗଲେ ଦୁଇ ଘଣ୍ଟା ଫସିଗଲେ ୨ ମହିଳା। ଅବଶ୍ୟ ଅଗ୍ନିଶମ ବିଭାଗ ପହଞ୍ଚି ଦୁଇ ମହିଳାଙ୍କୁ ଉଦ୍ଧାର କରିଛି। ଘଟଣା ଦେଖିବାକୁ ମିଳିଥିଲା ବ୍ରହ୍ମପୁର ସହରରେ। ସହରର ଗିରି ରୋଡ ଗୀତା ଭବନ ନିକଟ କେବିଆର ପ୍ଲାଜାର ଲିଫ୍ଟରେ ସୋମବାର ଫସି ଯାଇଥିଲେ ଦୁଇ ମହିଳା। 

ସୂଚନା ଅନୁଯାୟୀ, ସୋମବାର ସକାଳ ସାଢ଼େ ୧୦ଟା ସମୟରେ ଦୁଇ ମହିଳା ଲିଫ୍ଟ ଯୋଗେ ତଳକୁ ଓହ୍ଲାଉଥିବା ସମୟରେ ଲିଫ୍ଟଟି ଅଧାରେ ଅଟକି ଯାଇଥିଲେ। ଏମିତିରେ ଉଭୟ ଭୟଭୀତ ହୋଇ ପାଟିକରି ଡାକିଥିଲେ। ହେଲେ ସେମାନଙ୍କର ଡାକ ବାହାରକୁ ଶୁଭିନଥିଲା। 

ତେବେ ପ୍ରାୟ ୨ ଘଣ୍ଟା ପରେ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୧୫ରୁ ୨୦ ମିନିଟ ଭିତରେ ଦୁଇ ମହିଳାଙ୍କୁ ଉଦ୍ଧାର କରିଥିଲା। ତେବେ ଏଭଳି ଲିଫ୍ଟ ଅଚଳ ହେଲେ ଲୋକଙ୍କୁ ପ୍ରବେଶ କରିବାକୁ ମନା କରିବା ନେଇ ନୋଟିସ ବୋର୍ଡ ଲଗାଇବାକୁ ପ୍ଲାଜା ମାଲିକଙ୍କୁ ଅଗ୍ନିଶମ ବିଭାଗ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.