ଭୁବନେଶ୍ବର ୧୫।୮: ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଧଉଳି ଥାନା ନୂଆଗାଁ ଉପରସାହି ଘାଟରେ ଗାଧାଉଥିବା ବେଳେ ଅଘଟଣ ଘଟିଛି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଦୁଇ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ୪ ଜଣ ଛାତ୍ର ସାଙ୍ଗ ହୋଇ ଦୟାନଦୀ ନୂଆଗାଁ ଉପରସାହି ଘାଟକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଛାତ୍ର ନଦୀ ଭିତରକୁ ଯାଇଥିଲେ । ପାଣିର ପ୍ରଖର ସ୍ରୋତରେ ଛାତ୍ର ୩ ଜଣ ଭାସି ଯାଉଥିଲେ । ଜଣେ ଛାତ୍ର ପହଁରି ପହଁରି କୂଳକୁ ପଳାଇ ଆସିଥିଲେ । ଅନ୍ୟ ୨ ଜଣ ଭାସି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ଜଣେ ଛାତ୍ର ନିଖୋଜ ଅଛନ୍ତି । ଦୟା ନଦୀରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
You Can Read:
ଯୁବତୀଙ୍କୁ ୩ ବର୍ଷ ଧରି ଯୌନ ନିର୍ଯାତନା ଅଭିଯୋଗ : ସାର୍ଙ୍କ କଳାକାରନାମାକୁ ମ୍ୟାଡମ୍ ଚାପି ଦେଉଥିବା କହିଲେ ପୀଡ଼ିତା