ସାପ କାମୁଡ଼ାରେ ଗଲା ଦୁଇ ମହିଳାଙ୍କ ଜୀବନ, ପରିବାରରେ ଖେଳିଗଲା ଶୋକର ଛାୟା

Published By : Prameya-News7 Bureau | August 02, 2025 IST

ଉଦଳା ୦୨।୦୮ : ସାପ ନେଲା ଦୁଇ ଜୀବନ । ଘରେ ଶୋଇଥିବା ବେଳେ ଜଣଙ୍କୁ ସାପ ଦଂଶିଥିବା ବେଳେ ଆଉ ଜଣେ ରୋଷେଇ ପାଇଁ କାଠ ବାହାର କରୁଥିବା ବେଳେ କାମୁଡିଛି । ଯାହାଫଳରେ ଦୁଇ ଜଣଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଜଣେ ମୟୁରଭଞ୍ଜ ଜିଲ୍ଲା ଉଦଳା ଓ କପ୍ତିପଦା ଥାନା ଅଞ୍ଚଳର ବୋଲି ଜଣାପଡିଛି ।   

ଖବର ଅନୁଯାୟୀ, କପ୍ତିପଦା ଥାନା ଗୋଳାଗଡିଆ ଗାଁର ଜୟନ୍ତୀ ବେହେରା ଶୁକ୍ରବାର ବିଳମ୍ବିତ ରାତିରେ ଖାଇ ସାରି ଘରେ ଶୋଇଥିଲେ । ଏହି ସମୟର ଏକ ଚିତ୍ତି ସାପ ତାଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଥିଲା। ହେଲେ ସେହି ସମୟରେ ତାଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସେହିପରି ଉଦଳା ଥାନା ମଉଦା ଗାଁର ସୁକାନ୍ତି ବାସ୍କେ ମନ୍ଦିର ପୂଜା ସାରି ଘରେ ପହଞ୍ଚି ରୋଷେଇ କରିବାକୁ ଯାଇଥିଲେ। ରୋଷେଇ ପାଇଁ କାଠ ଆଣିବାକୁ ଯାଇଥିବା ବେଳେ କାଠ ଭିତରେ ଲୁଚି ରହିଥିବା ବିଷାକ୍ତ ନାଗ ସାପ ତାଙ୍କୁ କାମୁଡି ଥିଲା। ଯାହାପରେ ତାଙ୍କୁ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.