ଆସ୍କା ୧୪।୦୭ : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଚିରିକିପଡ଼ା ଶାସନ ବାଲୁଙ୍କେଶ୍ୱର ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ଛକ ନିକଟରେ ଥିବା ସିଂହାସନି ମନ୍ଦିର ତୋରଣକୁ ଧକ୍କା ଦେଲା ଏକ ବାଇକ୍ । ଯାହାଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ପଙ୍କଳବଡି ମଙ୍ଗଳପୁର ଗାଁର ସଂପର୍କୀୟ ଭାଇ ଦୀପକ ନାୟକ ଓ ଆରତ ନାୟକ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗତରାତିରେ ଉଭୟ ଚିରିକିପଡ଼ା ଶାସନ ଗାଁରୁ ଫେରୁଥିଲେ । ଏହି ସମୟରେ ସିଂହାସନି ମନ୍ଦିର ତୋରଣକୁ ଧକ୍କା ଦେଇଥିଲେ । ଯାହାଫଳରେ ବାଇକ୍ରେ ଥିବା ଦୁଇ ଭାଇ ରାସ୍ତାକଡ଼କୁ ଛିଟ୍କି ପଡିଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲସରା ପୋଲିସକୁ ଖବର ଦେଇଥିଲେ । ପୋଲସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ବାକି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜୁଛି ପୋଲିସ ।