FM କଲେଜ ଛାତ୍ରୀ ଆତ୍ମାହୂତି ଉଦ୍ୟମ ଘଟଣା, ଏମ୍‌ସ ଯାଇ ପୀଡିତାଙ୍କୁ ସାକ୍ଷାତ କଲେ ସ୍ୱାସ୍ଥ୍ୟ ଓ ଉଚ୍ଚଶିକ୍ଷା ମନ୍ତ୍ରୀ

Published By : Prameya-News7 Bureau | July 13, 2025 IST

ଭୁବନେଶ୍ୱର ୧୩।୦୭ : ବାଲେଶ୍ୱର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା । ଏମ୍ସ ଯାଇ ପୀଡିତାଙ୍କୁ ଭେଟିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଡାକ୍ତରୀ ଟିମ୍‌ ସହ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଦୁଇ ମନ୍ତ୍ରୀ । 

ଏମ୍ସରୁ ବାହାରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ମାମଲାରେ ୨ ଜଣଙ୍କୁ ନିଲମ୍ବନ ଓ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଯାହାକୁ ବହିଷ୍କାର କରାଯିବା କଥା କରାଯିବ । ଏହାସହ ଘଟଣାରେ ଅଧିକ ତଦନ୍ତ ପାଇଁ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ବାଲେଶ୍ବର ଯାଇଛନ୍ତି। ତଦନ୍ତ ରିପୋର୍ଟ ଆସିଲା ପରେ ଦୋଷୀଙ୍କ ବିରୋଧରେ ଆକ୍ସନ୍ ନିଆଯିବ । କଠୋର ପଦକ୍ଷେପ ନେବାରେ ଅବହେଳା କରାଯିବ ନାହିଁ । ସେହିପରି ପୀଡିତା ଛାତ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଭେଟିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି । 


ଅନ୍ୟପଟେ ଏମ୍ସରେ ପୀଡିତା ଛାତ୍ରୀଙ୍କୁ ଭେଟିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ରୀଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ଲଗାତର ଭାବେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଏମ୍‌ସର ବରିଷ୍ଠ ଡାକ୍ତରମାନେ ନଜର ରଖିଛନ୍ତି । 


ସେହିପରି ଘଟଣାକୁ ନେଇ ଆକ୍ସନମୋଡ଼କୁ ଆସିଛନ୍ତି ରାଜ୍ୟ ସରକାର । ନୂଆଦିଲ୍ଲୀରୁ ଫେରିବା ପରେ ତୁରନ୍ତ ଏୟାରପୋର୍ଟ ପରିସରରେ ଡାକିଥିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସ୍ୱାସ୍ଥ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଯେଉଁଥିରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମାହୁତି ଘଟଣା ସଂପର୍କରେ ଆଲୋଚନା ହୋଇଛି । ସେଠାରୁ ବାହାରି ମୁଖ୍ୟମନ୍ତ୍ରୀ ଏମ୍‌ସ ଯିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବାର ସୂଚନା ମିଳିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.