ପୁରୀ ୧।୬: ପୁରୀ ବଡ଼ଦାଣ୍ଡରେ ଭକ୍ତଙ୍କୁ ଖଜା ଦୋକାନୀଙ୍କ ଓଜନ ମାପରେ ଠକେଇ ଘଟଣାକୁ ନେଇ ସିଂହଦ୍ଵାର ଥାନାରେ ମାମଲା ରୁଜୁ ହେବା ପରେ ଦୁଇ ଜଣ ଗିରଫ ହୋଇଛନ୍ତି । ଦୁଇ ଖଜା ବ୍ୟବସାୟୀଙ୍କୁ ଗିରଫ କଲା ସିଂହଦ୍ଵାର ଥାନା ପୋଲିସ । ଆଗାମୀ ଦିନରେ ବଡ଼ଦାଣ୍ଡରେ ଖଜା ଦୋକାନ ନଖୋଲିବା ପାଇଁ ଚଢାଉ ଜୋରଦାର କରାଯିବ ବୋଲି ପୁରୀ ଏସ୍ପି ବିନୀତ ଅଗ୍ରୱାଲ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁରରୁ ଆସିଥିବା କିଛି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଘର ଓ ବନ୍ଧୁମାନଙ୍କ ପାଇଁ ପୁରୀର ପ୍ରସିଦ୍ଧ ଖଜା ନେବାକୁ ବୁଲୁଥିବା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଗଳିରେ ଥିବା ଖଜା ଦୋକାନରୁ ୨୦ କିଲୋ ଖଜା କିଣିଥିଲେ । ହେଲେ ତାକୁ ପାଖ ଦୋକାନରେ ଓଜନ କରିବାରୁ ତାହା ୧୨ କିଲୋ ଖଜା ହେଲା । ଅର୍ଥାତ୍ ଖଜା କିଲୋଗ୍ରାମ ପିଛା ୩୦୦ ଗ୍ରାମ୍ କମ୍ ।
ତେବେ ଏହାକୁ ନେଇ ଖଜା ଦୋକାନୀଙ୍କ ସହ ସେମାନେ ପାଟିତୁଣ୍ଡ କରିବାରୁ ଦୋକାନୀ କହିଥିଲେ ପୁରୀରେ ଏହିଭଳି ଓଜନ ରହିବ । ତେଣୁ ଇଚ୍ଛା ଅଛି ଯଦି ନିଆ ନ ହେଲେ ମାଡ଼ ଖାଇବ ବୋଲି ଧମକ ଦେବାରୁ ସେଠାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାସହ ପୋଲିସ ପହଞ୍ଚି ଖଜା ଦୋକାନୀ ଓ ଖଜା ଏବଂ ମେସିନକୁ ଜବତ କରିବା ସହ ସିଂହଦ୍ୱାରା ଥାନାରେ ଅଟକ ରଖିଥିବା ବେଳେ ପର୍ଯ୍ୟଟକମାନେ ଏତଲା ଦେଇଥିଲେ ।
ଖାଲି ଓଜନ ଠକେଇ ନୁହେଁ ତଳେ ପଡିଥିବା ଖଜାକୁ ବି ପ୍ୟାକିଂ କରି ବିକ୍ରି ହେଉଥିବା ଅଭିଯୋଗ ହେଉଥିବା ବେଳେ ଖଜାର ମାନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ପୁରୀରେ ଏଭଳି ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଓଜନ ମେସିନ ଚଢାଉ ଦେଖିବାକୁ ମିଳିନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
You Can Read:
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣା : ସିଂହଦ୍ଵାର ଥାନାରେ ମାମଲା ରୁଜୁ