ଲଗାଣ ବର୍ଷାରେ ନଦୀରେ ବଢୁଛି ଜଳସ୍ତର, ପୋଲ ଉପରେ ଚାଲୁଛି ନଦୀଜଳ

Published By : Prameya-News7 Bureau | June 19, 2025 IST

ପାଟଣା ୧୯।୦୬ : ଲଗାଣ ବର୍ଷାରେ ପ୍ରଭାବ । କେନ୍ଦୁଝର ଜିଲ୍ଲା ସାହାରପଡ଼ା ଅଞ୍ଚଳ ଉପରମୁଣ୍ଡ ଶିମିଳିପାଳ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ତେଲ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଏପିରିକି କୁମୁଳାବାହାଳୀ ନିକଟ ତେଲ ନଦୀ ଉପରେ ୨ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଛି ।  ଫଳରେ ସାହାରପଡ଼ା ବ୍ଲକ ଦାମାହୁଡ଼ା ଠାରୁ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡାକୁ ଗାଡ଼ି ଚଳାଚଳରେ ବ୍ୟାହତ ହୋଇଛି । 

ତେବେ  ଗତ ୨୪ ଘଣ୍ଟା ମଧ୍ୟରେ ସାହାରପଡ଼ା ବ୍ଲକ ଅଞ୍ଚଳରେ ୩୫.୦୪ ମିଲିମିଟର, ପାଟଣା ବ୍ଲକ ଅଞ୍ଚଳରେ ୪୬ ମିଲିମିଟର ବର୍ଷା ହେବା ସହ ଚମ୍ପୁଆ ଅଞ୍ଚଳରେ ୬୧.୦୨ ମିଲିମିଟର ବର୍ଷା ହୋଇଛି । ଯାହାଫଳରେ ବୈତରଣୀ ନଦୀର ଜଳସ୍ରୋତ ମଧ୍ୟ ବୃଦ୍ଧି ପାଉଛି । ଆଗକୁ ଯଦି ଏହିପରି ବର୍ଷା ଲାଗି ରହିବ । ତେବେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.