କାର୍ ପଛକୁ ପିଟିହେଲା କାର୍, ହୁତୁ ହୁତୁ ହୋଇ ଜଳିଗଲା ଦୁଇଟି ଗାଡ଼ି

Published By : Prameya-News7 Bureau | June 25, 2025 IST

ଛତ୍ରପୁର ୨୫।୬: ଜାତୀୟ ରାଜପଥରେ ଜଳିଗଲା ଦୁଇ କାର୍ । ଚମାଖଣ୍ଡି ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାର୍‌ ପଛକୁ କାର୍‌ ପିଟିହେବା ଯୋଗୁଁ ଜଳିଗଲା ଦୁଇଟି କାର୍ । କାର୍ ଭିତରେ ବସିଥିବା ୭ ଜଣ ମଧ୍ୟରୁ ୩ ଜଣ ଆହତ ହୋଇଛନ୍ତି । ହୁତୁ ହୁତୁ ହୋଇ ଦୁଇଟି କାର୍ ଜଳୁଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଚମାଖଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଆହତଙ୍କୁ ଛତ୍ରପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

You Can Read:

ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ, ସମସ୍ତେ ମେଡିକାଲରେ ଭର୍ତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.