ଭୁବନେଶ୍ବର ୩।୬: ରାଜଧାନୀରେ ବିକୁଥିଲେ ମାରାତ୍ମକ ସିରପ୍ । ଦୁଇ ଭାଇଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଉଦୟଗିରି ଶୌଚାଳୟ ନିକଟରୁ ପେଟି ପେଟି କୋଡେନ୍ କଫ୍ ସିରପ୍ ଜବତ କରାଯାଇଛି । ମାରାତ୍ମକ ନିଶା କୋଡେନ୍ ସିରପ୍ ଜବତ କରିବା ସହ ଦୁଇ ଜଣଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି ।
ଜାଗମରାର ଶରତ କୁମାର ପାଲଟାସିଂ ଓ ସୁକାନ୍ତ କୁମାର ପାଲଟାସିଂ ବହୁ ଦିନ ଧରି ଏହି କାରବାର କରୁଥିଲେ । ନିଶା ପାଇଁ ଏହି କୋଡେନ୍ ସିରପ୍ ବ୍ୟବହାର କରିବାକୁ ଏମାନେ ଚାଲାଣ କରୁଥିଲେ । ଏମାନଙ୍କର ଏକ ମେଡିସିନ ଦୋକାନ ରହିଛି ଯେଉଁଠି ବେଆଇନ ଭାବେ କୋଡେନ୍ ସିରପ୍ ବିକ୍ରି କରିଥାନ୍ତେ । ହେଲେ ଏହା ପୂର୍ବରୁ ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ପୋଲିସ ।
You Can Read:
ଖାଇବାକୁ ଅଣ୍ଡା ତରକାରୀ ଦେଲେନି ସ୍ତ୍ରୀ, ପିଟି ପିଟି ମାରିଦେଲା ସ୍ୱାମୀ