ରାଇରଙ୍ଗପୁର ୧୮।୬: ଘର ଭିତରୁ ମିଳିଲା ଦୁଇଟି ମୃତଦେହ । ବେଡ୍ରୁମ୍ରେ ଝୁଲିପଡିଛନ୍ତି ଜଣେ ଯୁବକ ଏବଂ ଜଣେ ନାବାଳିକା । ଉଭୟ ମୃତକ ପ୍ରେମୀଯୁଗଳ ବୋଲି କୁହାଯାଉଛି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଝରଣ ଗ୍ରାମପଞ୍ଚାୟତର ପୋଖରିଆ ଗ୍ରାମରେ ଘଟିଛି ଏଭଇ ଅଭାବନୀୟ ଘଟଣା ।
ସୂଚନାଯୋଗ୍ୟ ଯେ, ପୋଖରିଆ ଗ୍ରାମର ଏକ ଘରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ଘରେ ଉଭୟ ଝୁଲିପଡିଥିବା ଦେଖିବାକୁ ମିଳିଛି । ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯୁବକ ହୋଇଥିବା ବେଳେ ଆଉ ଜଣେ ନାବାଳିକା ବୋଲି ଜଣାପଡିଛି । ଦୁଇ ମୃତକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ ନାବାଳିକା ଜଣଙ୍କ ପୁରୁଷ ବନ୍ଧୁଙ୍କ ଘରକୁ ରାତିରେ ଆସିଥିବା ବେଳେ ଗୋଟିଏ ବେଡ଼ରୁମରେ ଦଉଡି ଲଗାଇ ଜୀବନ ହାରିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରିବା ସହିତ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
You Can Read:
ରାଜ୍ୟରେ ମୌସୁମୀ ସକ୍ରିୟ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା