ଦୁଇ ଗୋ-ମାଂସ ବେପାରୀଙ୍କ ମୁହଁ-ଦେହରେ ଗୋବର ବୋଳିଲେ, ଖାଲି ପାଦରେ ଚଲାଇଲେ

Published By : Prameya-News7 Bureau | June 03, 2025 IST

ମୋରଡ଼ା ୩: ଗୋ-ମାଂସ ବେପାରୀଙ୍କୁ ଧରି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ବାସିନ୍ଦା l ମାଂସ ବେପାରୀଙ୍କ ପ୍ୟାଣ୍ଟ-ସାର୍ଟ ଖୋଲି ମୁଁହ-ଦେହରେ ଗୋବର ଲିପି ଖାଲି ପାଦରେ ଚଲାଇଲେ ଲୋକେ । ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । 

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ମୋରଡା ଅଞ୍ଚଳରେ ଗୋ-ମାଂସ ବିକ୍ରି ହେଉଥିବା ବଜରଙ୍ଗ ସେନା ସଦସ୍ୟ କୌଣସି ସୂତ୍ରରୁ ଖବର ପାଇଥିଲେ l ମୋରଡା ବ୍ଲକ ଅନ୍ତର୍ଗତ ବାରମାଇଲ ଇଦର ଗ୍ରାମର ପୀତାମ୍ବର ମୁଖୀ ଏବଂ ମୋହନପୁରର ସୁନାରାମ ମୁର୍ମୁ ନାମକ ଦୁଇ ଜଣ ଗୋ-ମାଂସ ବେପାରୀ ଏକ ବାଇକ୍ ଯୋଗେ ୩୮କେଜି ମାଂସ ବାଲେଶ୍ଵର ଜିଲ୍ଲା ବସ୍ତାରୁ ବାରମାଇଲକୁ ଆଣୁଥିଲେ । ଏହି ସମୟରେ ଚିତ୍ରଡା ପାଟପୁର ଛକରୁ ଏମାନଙ୍କୁ ପିଛା କରି ମାଗାଦ ବନ୍ଧ ପୋଲ ନିକଟରେ କାବୁ କରିଥିଲେ l କାବୁ କରିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋ-ମାଂସ ବେପାରୀଙ୍କ ଏକ ବାଇକ୍‌କୁ ସ୍ଥାନୀୟ ଲୋକେ ଭାଙ୍ଗିଦେଇଥିଲେ l ଦୁଇ ବେପାରୀଙ୍କ ପ୍ୟାଣ୍ଟ-ସାର୍ଟ ଖୋଲି ମୁହଁ ଓ ଦେହରେ ଗୋବର ବୋଳି ଖାଲି ପାଦରେ ଚଲାଇ ଚଲାଇ ଶୀର୍ଷାପାଳ ଛକକୁ ନେଇଥିଲେ l ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ଉକ୍ତ ଦୁଇ ଜଣ ବେପାରୀଙ୍କୁ ମୋରଡା ଥାନାକୁ ନିଆଯାଇଛି l

ସୂଚନାଯୋଗ୍ୟ ଯେ, ପ୍ରତି ମଙ୍ଗଳବାର ଦିନ ବାରମାଇଲ ହାଟ ନିକଟ କେନାଲ ରାସ୍ତାରେ ଏମାନେ କେଜି ପିଛା ୧୫୦ ଟଙ୍କାରେ ଗୋ ମାଂସ ବିକ୍ରି କରନ୍ତି ବୋଲି ଜଣାପଡିଛି l

You Can Read:

ଧାନରୁ ଅଗାଡି ଯେମିତି ବାହାର କରାଯାଏ ସେମିତି କିଛି ବିଶୃଙ୍ଖଳିତ କଳାକାର ମାନଙ୍କୁ ବାହାର କରାଯିବ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.