ମାଲକାନଗିରି ୧୩।୬: ଦୁଇ ACM କ୍ୟାଡର ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା । କୋରାପୁଟରୁ ଖସିଗଲେ ହେଲେ ମାଲକାନଗିରି ପୋଲିସ ହାତରେ ଧରାପଡିଗଲେ ।
ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସୋଡ଼ିଗୁଡା ନିକଟରୁ ଦୁଇ ହାର୍ଡକୋର ମାଓବାଦୀ ଗିରଫ । ଗିରଫ ମାଓବାଦୀ ମାନେ ହେଲେ ରାକେଶ କୁଞ୍ଜାମ ଓ କେଶା କବାସି । ଏମାନେ ମାଓବାଦୀଙ୍କ AOB ଅର୍ଥାତ ଆନ୍ଧ୍ର ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ । ଗିରଫ ଦୁଇ ମାଓବାଦୀଙ୍କ ନିଜ ଘର ଛତିଶଗଡ ବିଜାପୁର ଜିଲ୍ଲାର ଗାଙ୍ଗାଲୁର ବୋଲି ଜଣାପଡିଛି । ସେମାନଙ୍କ ପାଖରୁ ଦୁଇଟି ରିଭଲଭର ସହ ବହୁ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଓ କୋରାପୁଟ ସହ ଛତିଶଗଡ ସୁକୁମା ଜିଲ୍ଲାର କାଙ୍ଗେରଘାଟି ଏରିଆ କମିଟିରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ଏମାନେ । ଦୁଇ ଜଣଙ୍କ ନାମରେ ଚାରି ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିଲା । DVF ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି ।
You Can Read: