ସପ୍ତମ ଦିନରେ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘର ଧାରଣା

Published By : Prameya-News7 Bureau | January 15, 2025 IST

ଚଣ୍ଡିଖୋଲ ୧୫।୦୧ : ସପ୍ତମ ଦିନରେ ଚଣ୍ଡିଖୋଲ ଟ୍ରକ ମାଲିକ ସଂଘର ଧାରଣା । ଯାଜପୁର ସୁକିନ୍ଦାରେ କ୍ରୋମାଇଟ୍‌ ପରିବହନକୁ କେନ୍ଦ୍ର କରି ଦେଖା ଦେଇଥିବା ସମସ୍ୟା ଲାଗି ଗତ ୯ ତାରିଖରୁ ଧାରଣା ଦେଉଛି ସଂଘ । ଆଗାମୀ ଦିନରେ ଯଦି ଦାବି ପୂରଣ ନହୁଏ, ତେବେ ଆନ୍ଦୋଳକୁ ଆହୁରି ଜୋରଦାର କରାଯିବ ବୋଲି ସଂଘ ଚେତାବନୀ ଦେଇଛି । 

ଯାଜପୁର ସୁକିନ୍ଦାରେ କ୍ରୋମାଇଟ୍‌ ପରିବହନକୁ କେନ୍ଦ୍ର କରି ସମସ୍ୟା ଦେଖାଦେଇଥିଲା । ଯାହାଫଳରେ ଗତ ୯ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ପରିବହନ ବନ୍ଦ ରହିଛି । ଏପିରିକି ଟ୍ରକ ମାଲିକମାନେ ଧାରଣାରେ ବସି ରହିଛନ୍ତି । ସପ୍ତମ ଦିନରେ ବି ଚାଲିଛି ଧାରଣା । ବୁଧବାର ଦିନ ଟ୍ରକ ମାଲିକମାନେ ଜାତୀୟ ରାଜପଥରେ ପରିବହନ ହେଉଥିବା ୧୬ଟି କ୍ରୋମାଇଟ୍‌ ବୋଝେଇ ଗାଡିକୁ ଅଟକ ରଖିଛନ୍ତି । ଧାରଣା ସ୍ଥଳରେ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରହିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, କ୍ରୋମାଇଟ୍‌ ପରିବହନକୁ ନେଇ ଉଚ୍ଚ ନ୍ୟାୟଳୟଙ୍କ ଆଦେଶ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଖୋଲାଖୋଲି ଉଲଘଂନ ଚାଲିଥିଲା । ସୁକିନ୍ଦା କ୍ରୋମାଇଟ୍‌ ଖଣି ଅଞ୍ଚଳରେ ଚାଲୁଥିବା ସ୍ପେଶାଲ ଲୋଡିଂ ବ୍ୟବସ୍ଥାକୁ ବନ୍ଦ  ଦାବିରେ କ୍ରୋମାଇଟ୍‌ ପରିବହନକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରଖିଛନ୍ତି ଟ୍ରକ ମାଲିକ ସଂଘ। ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବ୍ୟବସ୍ଥାକୁ ଲାଗୁ କରିବାକୁ ଟ୍ରକ ମାଲିକମାନେ ଦାବି କରୁଥିବା ବେଳେ ତାହା ଲାଗୁ ହେଉନାହିଁ । ଯେଉଁଥିପାଇଁ ଲୋଡିଂରେ ଏପରି ସମସ୍ୟା ଦେଖାଦେଇଛୁ । ସମସ୍ୟାର ଖୁବ ଶୀଘ୍ର ସମାଧାନ ପାଇଁ ଟ୍ରକ ମାଲିକମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି ରଖିଛନ୍ତି , କିନ୍ତୁ ଜିଲ୍ଲା ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେଉନାହିଁ । ଆଗାମୀ ଦିନରେ ଦାବି ପୂରଣ ନହେଲେ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରିବାକୁ ରାଜ୍ୟ ଟ୍ରକ ମାଲିକ ସଂଘ ଚେତାବନୀ ଦେଇଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.