ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା ମୁଖ୍ୟ ଅମର ପ୍ରୀତ ସିଂହ ଏବେ ନିକଟରେ ଦକ୍ଷିଣ–ପୂର୍ବ ୟୁରୋପୀୟ ଦେଶ ଗ୍ରୀସ୍ ଗସ୍ତରେ ଥିଲେ। ଏହି ସମୟରେ ସେ ଗ୍ରୀସ୍ର ବାୟୁସେନା ମୁଖ୍ୟଙ୍କୁ ସାକ୍ଷାତ୍ କରି ଥିଲେ। କୁହାଯାଉଛି ଯେ, ଉଭୟ ଦେଶ ମଧ୍ୟରେ ଏହି ସମୟରେ ପ୍ରତିରକ୍ଷା ସହଯୋଗ ଉପରେ ଚୁକ୍ତିନାମା ହୋଇଛି। ଗ୍ରୀସ୍ର ମିଡ଼ିଆ ଅସମର୍ଥିତ ସୂତ୍ରାନୁସାରେ ଦାବି କରିଛି ଯେ, ଭାରତ ଗ୍ରୀସ୍କୁ ନିଜର ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ (LR-LACM) ଦେବା ନେଇ ସହମତି ପ୍ରକାଶ କରିଛି। ଏହି ଖବରରେ ଗ୍ରୀସ୍ର ପଡୋଶୀ ଦେଶ ତୁର୍କୀରେ ହଇଚଇ ସୃଷ୍ଟି ହୋଇଛି। ତୁର୍କୀର ଏର୍ଡୋଗନ ସରକାର ଭୟଭୀତ ହୋଇ ଯାଇଛି। ହେଲେ, ଅଫିସିଆଲି ଭାବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଦୁଇ ଦେଶ ମଧ୍ୟରେ ଏହି ମିସାଇଲର ହସ୍ତାନ୍ତର ଉପରେ କୌଣସି କଥାବାର୍ତ୍ତା ହୋଇଛି ନା ନାହିଁ।
ଅନ୍ୟପଟେ , ତୁର୍କୀ ମିଡ଼ିଆ ଆଉଟଲେଟ୍ TRHaberର ଏକ ରିପୋର୍ଟରେ ମଧ୍ୟ ଅନେକ ଗ୍ରୀକ୍ ମିଡ଼ିଆ ଆଉଟଲେଟ୍ସ ଅନୁସାରେ, କୁହାଯାଇଛି ଯେ , ଭାରତ ୧୦୦୦ କିଲୋମିଟରରୁ ଅଧିକ ରେଞ୍ଜର କ୍ରୁଜ୍ ମିସାଇଲ ଗ୍ରୀସ୍କୁ ପ୍ରଦାନ କରିଛି। ଏହି ମିଡ଼ିଆ ରିପୋର୍ଟ ପରେ ତୁର୍କୀର ଚିନ୍ତା ଏଥିପାଇଁ ବଢି ଯାଇଛି, କାରଣ ଏହି ମିସାଇଲ ଏୟାରବେସ୍ , ଏୟାର ଡିଫେନ୍ସ ସିଷ୍ଟମ , ରାଡାର ସିଷ୍ଟମ ଓ ହାଇ ଭାଲ୍ୟୁ ଟାର୍ଗେଟ୍କୁ କ୍ଷଣିକରେ ନଷ୍ଟ କରି ପାରେ। ନିକଟରେ ଅପରେସନ ସିନ୍ଦୂର ବେଳେ ତୁର୍କୀ ଭାରତର ବିରୋଧରେ ସାମରିକ ଅଭିଯାନରେ ପାକିସ୍ତାନକୁ ଡ୍ରୋନ୍ ଓ ଶସ୍ତ୍ର ପଠାଇ ସାହାଯ୍ୟ କରିଥିଲେ। ଏଥିରେ ଦୁଇ ଦେଶ ମଧ୍ୟରେ ସଂପର୍କ ଉତ୍ତେଜନାପୂର୍ଣ୍ଣ ହୋଇ ଯାଇଛି।
ଏବେ ତୁର୍କୀକୁ ଏହି ଭୟ ଘାରିଛି ଯେ, ଯଦି ଭାରତ ଗ୍ରୀସ୍କୁ ନଜର ଲଙ୍ଗ୍ ରେଞ୍ଜ ଲ୍ୟାଣ୍ଡ ଆଟାକ୍ କ୍ରୁଜ୍ ମିସାଇଲ (LR-LACM) ଦେଇ ଦିଏ ତ , ଗ୍ରୀସ୍ ମଧ୍ୟ ସେହିପରି ଏହାର ଏୟାରବେସ୍ ଉଡ଼ାଇ ପାରେ, ଯେମିତି କି ଭାରତ ଅପରେସନ ସିନ୍ଦୂର ବେଳେ ପାକିସ୍ତାନୀ ଏୟାରବେସକୁ ନଷ୍ଟ କରି ଦେଇ ଥିଲା। ବଡ଼ କଥା ଏହାଯେ, ଭାରତ LR-LACM ମିସାଇଲର ବିକାଶ ସେହି ଧାରାରେ କରିଛି, ଯେମିତି ବ୍ରହ୍ମୋସର କରାଯାଇଛି।
LR-LACM ମିସାଇଲ ମଧ୍ୟ ବ୍ରହ୍ମୋସ ପରି ଭୂମିରେ ଲାଗି ରହି ଉଡ଼େ, ଏଥିପାଇଁ ଏହାକୁ ଅଟକାଇବା ମୁସ୍କିଲ। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ( ଡିଆରଡିଓ) ୨୦୨୪ରେ LR-LACMର ପ୍ରଥମ ଉଡ଼ାଣ ପରୀକ୍ଷଣ କରିଥିଲା। ଏହି ପରୀକ୍ଷଣରେ ଦେଖାଯାଇ ଥିଲା ଯେ, ଏହାର ରେଞ୍ଜ ୧୦୦୦ କିଲୋମିଟରରୁ ଅଧିକ ଏବଂ ଏହା ପାରମ୍ପରିକ ଓ ଅଣପରମ୍ପରାଗତ ଦୁଇ ପ୍ରକାରର ୱାରହେଡ୍ ନେଇ ଯିବାରେ ସକ୍ଷମ।
ଗ୍ରୀସ ଓ ତୁର୍କୀ ମଧ୍ୟରେ ପୁରୁଣା ଶତ୍ରୁତା –
କହି ରଖୁଛୁ କି, ଗ୍ରୀସ ଓ ତୁର୍କୀର ସମ୍ୱନ୍ଧ ଅନେକ ଦଶକରୁ ଭଲ ରହି ନାହିଁ ଏବଂ ଏହା ଜଟିଳ ସମସ୍ୟାରେ ପୂର୍ଣ୍ଣ ହୋଇ ରହିଛି। ଦୁଇ ଦେଶ ମଧ୍ୟରେ ଅନେକ ଯୁଦ୍ଧ ଓ ସଂଘର୍ଷ ହୋଇଛି, ଯେଉଁଥିରେ ଏଜିୟନ ସାଗରରେ ଦ୍ୱୀପ ଓ ଏୟାର କ୍ଷେତ୍ରରେ ବିବାଦ, ସାଇପ୍ରସ୍ ସମସ୍ୟା ଓ ନିକଟରେ ପୂର୍ବ ଭୂମଧ୍ୟ ସାଗରରେ ଶକ୍ତି ଉତ୍ସକୁ ନେଇ ବିବାଦ ସାମିଲ ଅଛି। ହେଲେ ଉଭୟ ଦେଶ ନାଟୋର ସଦସ୍ୟ ଅଛନ୍ତି ଏବଂ ୟୁରୋପୀୟ ସଂଘରେ ମଧ୍ୟ ସହଯୋଗ କରିଥା'ନ୍ତି।