୬ ଦିନ ହେଲା ଦିଲ୍ଲୀରୁ ନିଖୋଜ ଥିଲେ ତ୍ରିପୁରା ଛାତ୍ରୀ: ସିଟି ଫ୍ଲାଏଓଭର ତଳୁ ମିଳିଲା ମୃତଦେହ

Published By : Prameya-News7 Bureau | July 13, 2025 IST

indiatoday

ନୂଆଦିଲ୍ଲୀ: ଦିଲ୍ଲୀରେ ଗତ ୬ ଦିନ ହେଲା ନିଖୋଜ ଥିବା ତ୍ରିପୁରାର ୧୯ ବର୍ଷୀୟା ଛାତ୍ରୀ ସ୍ନେହାଁ ଦେବନାଥଙ୍କର ମୃତଦେହ ଠାବ ହୋଇଛି। ରବିବାର ଦିଲ୍ଲୀ ପୁଲିସ ଏହି ସୂଚନା ଦେଇଛି। ସ୍ନେହା, ଦିଲ୍ଲୀ ୟୁନିଭର୍ସିଟିର ଆତ୍ମାରାମ ସନାତନ ଧର୍ମ କଲେଜରେ ଦ୍ୱିତୀୟ ବର୍ଷର ବି.ଏଏସ୍‌ସି ଗଣିତ ଛାତ୍ରୀ ଥିଲେ। ସେ ତାଙ୍କ ପରିବାର ସହିତ ଦିଲ୍ଲୀର ପର୍ଯ୍ୟବରଣ କମ୍ପ୍ଲେକ୍ସରେ ରହୁଥିଲେ। ଜୁଲାଇ ୭ ତାରିଖରେ ସେ ନିଖୋଜ ହୋଇ ଯାଇଥିଲେ। ଏନେଇ ସର୍ଚ୍ଚ ଅପରେସନ ଜାରି ରହିଥିଲା। 

ରବିବାର ପୂର୍ବ ଦିଲ୍ଲୀର ଗୀତା କଲୋନି ଅଞ୍ଚଳ ନିକଟବର୍ତ୍ତୀ ଯମୁନା ନଦୀରୁ ସ୍ନେହାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ପରିବାର ପକ୍ଷରୁ ପୁଲିସକୁ ଦିଆଯାଇଥିବା ଏକ ନୋଟରେ ସ୍ନେହାଁ ସିଗନେଚର ବ୍ରିଜ୍ ଉପରୁ ଡେଇଁବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ତାଙ୍କ କ୍ୟାବ୍ ଡ୍ରାଇବର ମଧ୍ୟ ସ୍ନେହାଁଙ୍କୁ ସେହି ସ୍ଥାନରେ ଛାଡ଼ିଥିବା ପୁଲିସକୁ କହିଛି। ତେବେ ଠିକ୍ ଭାବରେ ସିସିଟିଭି କଭରେଜ୍ ହୋଇପାରୁ ନଥିବାରୁ ସ୍ନେହା କ୍ୟାବ୍‌ରୁ ଓହ୍ଲାଇବା ପରେ କଣ କରିଛନ୍ତି ପୁଲିସ ଜାଣିପାରି ନାହିଁ। 

ନେହାଁଙ୍କ ନିଖୋଜ ହେବା ପରେ, ଦିଲ୍ଲୀ ପୁଲିସ ଓ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ନଦୀ ଭିତରେ ସାତ କିଲୋମିଟର ମଧ୍ୟରେ ଖୋଜିବା ଆରମ୍ଭ କରିଥିଲେ। ତଥାପି ସ୍ନେହାଁଙ୍କର ପତା ମିଳି ନଥିଲା। ତେବେ ପୁଲିସର ତଦନ୍ତରୁ ଜଣାପଡ଼ିଲା ଯେ ସ୍ନେହାଁଙ୍କୁ ଶେଷଥର ପାଇଁ ସିଗନେଚର ବ୍ରିଜ ଉପରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଥିଲା। କିଛି ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଜଣେ ଝିଅକୁ ବ୍ରିଜ ଉପରେ ଠିଆ ହୋଇଥିବା ଦେଖିଥିବା କହିଥିଲେ। ଏହାପରେ ନିଗମବୋଧ ଘାଟରୁ ନୋଏଡା ପର୍ଯ୍ୟନ୍ତ ଏନ୍‌ଡିଆର୍‌ଏପ୍ ଏବଂ ସ୍ଥାନୀୟ ପୁଲିସ ମିଳିତ ଭାବେ ସ୍ନେହାଁଙ୍କ ସନ୍ଧାନରେ ଲାଗିପଡ଼ିଥିଲେ। ଶେଷରେ ତାଙ୍କ ମୃତଦେହ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.