ନୂଆଦିଲ୍ଲୀ ୧୪।୬: ଇରାନ ଉପରେ ଇସ୍ରାଏଲର ଆକ୍ରମଣ ସାରା ବିଶ୍ୱରେ ହଟଚମଟ ସୃଷ୍ଟି କରିଛି। କେବଳ ଦେଶ ଦୁନିଆରେ ନୁହେଁ ଅନ୍ତର୍ଜାତୀୟ ଆକାଶରେ ମଧ୍ୟ ଏବେ ଅରାଜକ ପରିସ୍ଥିତି। ଫ୍ଲାଇଟ ରାଡାର-୨୪ ଦ୍ୱାରା ଜାରି ଏକ ଟାଇମଲାପ୍ସ ଭିଡିଓରେ ରଣଭେରୀ ଶୁଣିବାମାତ୍ରେ କିପରି ଆକାଶ ପଥରେ ପରିବର୍ତ୍ତନ ହୋଇଛି ତାହା ସ୍ପଷ୍ଟ ବୁଝି ହେଉଛି। ଇରାନ ଉପର ଦେଇ ଯାଉଥିବା ଗୋଟିଏ ପରେ ଗୋଟିଏ ବାଣିଜ୍ୟିକ ବିମାନ ନିଜର ମାର୍ଗ ବଦଳେଇ ନେଇଛନ୍ତି।
ଅଚାନକ ଅନ୍ତର୍ଜାତୀୟ ଆକାଶ ପଥରେ ଏପରି ପରିବର୍ତ୍ତନ ଟ୍ରାଫିକ୍ ଜାମ୍ ଭଳି ପରିସ୍ଥିତି ସୃଷ୍ଟି କରିଛି। ଭିଡିଓରେ ସୁରକ୍ଷା ଦୃଷ୍ଟିରୁ ବିମାନମାନେ ଇରାନ ଆକାଶ କ୍ଷେତ୍ରରୁ ବାହାରିଯାଉଥିବା ଦେଖାଯାଉଛନ୍ତି। ଏଣୁ ବିମାନ କ୍ଷେତ୍ରରେ ଏକ ଅଜବ ନିରବତା ସୃଷ୍ଟି ହୋଇଛି। ଏଥିରୁ ଦେଖାଯାଉଛି ଯେ ଯୁଦ୍ଧ କେବଳ ଭୂ ପୃଷ୍ଠରେ ସୀମିତ ନାହିଁ, ଏହାର ପ୍ରଭାବ ଅନ୍ତର୍ଜାତୀୟ ଉଡାଣ ଓ ବୈଶ୍ୱିକ କନେକ୍ଟିଭିଟି ଉପରେ ମଧ୍ୟ ଗୁରୁତର ଭାବେ ପଡୁଛି। ଉଲ୍ଲେଖଯୋଗ୍ୟ ଯେ ମଧ୍ୟ-ପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।
This time-lapse of air traffic over the Middle East shows how civilian airspace cleared after Israel’s operation against Iran began. pic.twitter.com/aap8ilC2MI
— Brady Africk (@bradyafr) June 13, 2025
ଶୁକ୍ରବାର ସକାଳେ ଇସ୍ରାଏଲ ‘ଅପରେସନ ରାଇଜିଂ ଲାୟନ’ ନାମରେ ଇରାନ ବିରୋଧରେ ଏକ ସାମରିକ କାର୍ଯ୍ୟାନୁଷ୍ଠାନ କରିଥିଲା। ଇରାନର ସାମରିକ କାର୍ଯ୍ୟାନୁଷ୍ଠାନର କମ୍ପନ ନା କେବଳ ଇରାନ ରାଜଧାନୀ ତେହେରାନରେ ଉତ୍ପନ୍ନ ହୋଇଥିଲା ବରଂ ବୈଶ୍ୱିକ ଉଡାଣ ରୁଟରେ ମଧ୍ୟ ଅନୁଭୂତ ହୋଇଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଇଡର-୨୪ଏ ନେଇ ଏକ ଟାଇମଲାପ୍ସ ଭିଡିଓ ଜାରି କରିଛି। ଏଥିରୁ ଦେଖାଯାଉଛି ଯୁଦ୍ଧ ଘନଘଟା କିପରି କିଛି ମିନିଟରେ ଆକାଶର ପରିସ୍ଥିତି ବଦଳେଇ ଦେଉଛି।
ଏଥିରେ ଦେଖାଯାଉଛି ଇସ୍ରାଏଲ ଯେମିତି ଇରାନ ଉପରେ ଆକ୍ରମଣ ଆରମ୍ଭ କଲା ସେମିତି ଇରାନ ଆକାଶରେ ଉଡୁଥିବା ବାଣିଜ୍ୟିକ ବିମାନମାନେ ନିଜର ରାସ୍ତା ବଦଳାଇ ଅନ୍ୟ ସୁରକ୍ଷିତ ରାସ୍ତାକୁ ଚାଲିଗଲେ। ଏହି ଦୃଶ୍ୟ ଏତେ ପ୍ରଭାବଶାଳୀ ଯେ ବିଶେଷଜ୍ଞ ଏହାକୁ ଆକାଶରେ ନିରବତା ବୋଲି କହିଛନ୍ତି। ଆକ୍ରମଣର ତୁରନ୍ତ ପରେ ଇରାନୀ ଆକାଶ ପଥକୁ ବାଣିଜ୍ୟିକ ବିମାନମାନେ ଖାଲି କରିଦେଇଥିଲେ। ଏଥିରୁ ଅନୁମାନ କରାଯାଇ ପାରେ ଯେ ବିପଦ କେତେ ଭୟାନକ ଥିଲା। ଇସ୍ରାଏଲ-ଇରାନ ଯୁଦ୍ଧ ଏବେବି ଜାରି ରହିଛି। ଏଣୁ ଦୈନିକ ଶହଶହ ବିମାନଙ୍କ ଗତିପଥ ବଦଳୁଥିବାରୁ ଆକାଶରେ ଟ୍ରାଫିକ ଜାମ୍ ପରିସ୍ଥିତି ଉପୁଜିଛି।