ଜାମଶୋଳା ନିକଟରେ ବିଷାକ୍ତ ଗ୍ୟାସ୍ ଲିକ୍, ଅଞ୍ଚଳରେ ୧୬୩ ଧାରା ଲଗାଇଲା ପ୍ରଶାସନ

Published By : Prameya-News7 Bureau | July 01, 2025 IST

ବାରିପଦା ୧।୭: ଜାମଶୋଳା ନିକଟରେ ଟ୍ରକ୍‌ରୁ ବିଷାକ୍ତ ଗ୍ୟାସ୍ ଲିକ୍ । ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ଜାମଶୋଳା ନିକଟରେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଛି । ଜାତୀୟ ରାଜପଥ ୪୯ରେ ଟ୍ୟାଙ୍କରରୁ ବିଷାକ୍ତ ପ୍ରପିଲିନ୍ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡିଛି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳେ BNS ୧୬୩ ଧାରା ଜାରି କରାଯାଇଛି । ପ୍ରଶାସନର BNS ୧୬୩ ଧାରା ପରେ ଗାଡ଼ି ଚଳାଚଳ ବନ୍ଦ ରହିଛି । ଜାତୀୟ ରାଜପଥରେ ଅଟକି ରହିଛି ଶହ ଶହ ଗାଡ଼ି । 

ଝାଡଖଣ୍ଡର ପୂର୍ବ ସିଂହଭୂମ ଜିଲ୍ଲାର ବହଡାଗୋଡା ଥାନା ଅଧିନସ୍ଥ ଗମ୍ଭାରିଆ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ବାଲେଶ୍ଵରରୁ ଗ୍ୟାସ୍ କମ୍ପାନୀର କର୍ମଚାରୀଙ୍କୁ ଡକାଇ ଲିକେଜ୍ ବନ୍ଦ କରିବାକୁ ଚେଷ୍ଟା କରୁଛି ଝାଡ଼ଖଣ୍ଡ ପ୍ରଶାସନ । ଟ୍ୟାଙ୍କରଟି କଲିକତାରୁ ଗ୍ୟାସ୍ ନେଇ ମୁମ୍ବାଇ ଅଭିମୁଖେ ଯାଉଥିଲା । ସ୍ଥାନୀୟ ଅଞ୍ଚଳରୁ ଲୋକଙ୍କୁ ମଧ୍ୟ ସୁରକ୍ଷିତ ଦୂରତାକୁ ପଠାଇଛି ପୋଲିସ ।

You Can Read:

ଗୀତ ଗାଇ ଗାଇ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ପାଇଁ ଅନୁରୋଧ କଲେ ପ୍ରଫୁଲ୍ଲ, ଠିକ୍ ସମୟରେ ଡାକ୍ତର ଆସିଲେ ହେବେ ଉପକୃତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.