ଲମତାପୁଟ ୧୪।୬: ଡୁଡୁମା ଜଳପ୍ରପାତରେ ପର୍ଯ୍ୟଟକ ନିଖୋଜ l ଭୁବନେଶ୍ୱରରୁ ଅନିମେଷ ଦାସ ନାମକ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି l
ସୂଚନାଯୋଗ୍ୟ ଯେ, ଅନିମେଷ ନିଜ ବଡ଼ ଭାଇ, ଭାଉଜ ଏବଂ ପୁତୁରାଙ୍କୁ ନେଇ କୋରାପୁଟ ଜିଲ୍ଲା ଡୁଡୁମା ଜଳପ୍ରପାତ ବୁଲିବା ପାଇଁ ଆସିଥିଲେ l ଡୁଡୁମା ଜଳପ୍ରପାତର ୫୫୦ଫୁଟ ପାଦଦେଶକୁ ଯାଇଥିଲେ । ପରିବାର ବର୍ଗ ସେଠାରେ ବୁଲାବୁଲି କରିବା ସମୟରେ ଅନିମେଷଙ୍କ ଚପଲ ବାହାରେ ଥିବାବେଳେ ସେ ନିଖୋଜ ଥିବା ଜଣାପଡ଼ିଥିଲା l ପରିବାରବର୍ଗ ଏବଂ ଡୁଡୁମାରେ ଥିବା ସ୍ଥାନୀୟ ବାସିନ୍ଦା ଖୋଜାଖୋଜି କରିବା ସତ୍ତ୍ବେ ତାଙ୍କର କୌଣସି ପତ୍ତା ମିଳିନଥିଲା l ଉଦ୍ଧାର କାର୍ଯ୍ୟ ପାଇଁ ଲମତାପୁଟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଛି l
You Can Read:
ଯାଜପୁରରେ ହଇଜା ରୋଗୀ ଚିହ୍ନଟ ପରେ ପହଞ୍ଚିଲେ ଜାତୀୟ ସ୍ୱାସ୍ଥ୍ୟ ବିଭାଗର ଟିମ୍