ନୂଆଦିଲ୍ଲୀ ୨୧।୫: ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ବୁଧବାର ଭୀଷଣ ଝଡ଼ତୋଫାନ ସହ କୁଆ ପଥର ବର୍ଷା ହୋଇଛି। ଫଳରେ ଜାତୀୟ ରାଜଧାନୀରେ ବଢିବଢି ଚାଲିଥିବା ଗ୍ରୀଷ୍ମ ନିୟନ୍ତ୍ରିତ ହୋଇଥିବା ବେଳେ ପଡୋଶୀ ଉତ୍ତରପ୍ରଦେଶ ନୋଏଡାରେ ଧୂଳି ଝଡ ହୋଇଥିବାର ସୂଚନା ଆସୁଛି। କେବଳ ଦିଲ୍ଲୀ ନୁହେଁ ଗାଜିୟାବାଦ, ମୁରାଦାବାଦ, ମିରଟ ଓ ବାଗପତରେ ଝଡ଼ତୋଫାନ ହୋଇଥିବା ବେଳେ କୁଆ ପଥର ବର୍ଷା ହୋଇଥିବାର ଜଣାପଡିଛି।
ନୋଏଡାରେ ମୁଶଳଧାର ବର୍ଷା ହୋଇଥିବା ବେଳେ ରାସ୍ତାରେ ଚଳାଚଳ ବ୍ୟହତ ହୋଇଛି। ସେପଟେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍ ସଂଖ୍ୟା ୬ଇ-୨୧୪୨ ଖରାପ ପାଗର ଶିକାର ହୋଇଛି। ବିମାନ ଟର୍ବୁଲାନ୍ସରେ ଫଶିବା ସହ ଆକାଶୀୟ ବିଜୁଳିର ସମ୍ମୁଖୀନ ହୋଇଥିଲା। ଏଣୁ ବିମାନକୁ ଜରୁରୀ ଅବତରଣ କରାଯାଇଥିବାବେଳେ ବିମାନ ଓ ଯାତ୍ରୀ ସୁରକ୍ଷିତ ବର୍ତ୍ତି ଯାଇଛନ୍ତି। ବିମାନ ଶ୍ରୀନଗର ଆକାଶରେ ଥିବା ବେଳେ ଭୀଷଣ ବର୍ଷା ସହ ପବନ ଓ କୂଆପଥର ବର୍ଷା ହୋଇଥିଲା।
#WATCH | Delhi-NCR experiences weather change. Visuals from Noida Sector 10 in Uttar Pradesh as it experiences dust storm. pic.twitter.com/gsqXxyFGhq
— ANI (@ANI) May 21, 2025
ବିମାନରେ ମୋଟ ୨୨୭ ଯାତ୍ରୀ ଓ କ୍ରୁ ମେମ୍ବର ଥିଲେ। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅବତରଣ କରିଛନ୍ତି। ହେଲେ ବିମାନର ସମ୍ମୁଖ ଭାଗ କୁଆପଥର ବର୍ଷାରେ ପ୍ରଭାବିତ ହୋଇଛି। ଫଳରେ ବିମାନରେ ବସିଥିବା ଯାତ୍ରୀ କିଛି ସମୟ ପର୍ଯ୍ୟନ୍ତ ଆତଙ୍କିତ ହୋଇପଡିଥିଲେ ଓ ଚାଳକ ଦଳ ସଦସ୍ୟ ଜାହଜ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଖରାପ ପାଗ ଯୋଗୁ ବିମାନର ବେଶ କ୍ଷତି ହୋଇଛି ଏଣୁ ଏୟାରଲାଇନ ଏହାକୁ ଏୟାରକ୍ରାଫ୍ଟ ଅନ ଗ୍ରାଉଣ୍ଡ (ଏଓଜି) ଘୋଷଣା କରିଛି।
ଏଥି ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ଦିଲ୍ଲୀ, ଚଣ୍ଡିଗଡ଼ ଓ କୋଲକାତାରେ ବର୍ଷାକୁ ନେଇ ଟ୍ରାଭେଲ ଆଡଭାଇଜରୀ ଜାରି ହୋଇଛି। ଜାରି ଆଡଭାଇଜରୀ ଅନୁସାରେ ଭୀଷଣ ବର୍ଷା ଓ ଝଡ଼ତୋଫାନ ଯୋଗୁ ଉଡାଣ ପ୍ରଭାବିତ ହେଉଛି। ଖରାପ ପାଗ ଯୋଗୁ ଉଡାଣ ବିଳମ୍ବିତ ହେଉଥିବାରୁ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କ ସହଯୋଗ କାମନା କରାଯାଇଛି। ଏଣୁ ଯେଉଁ ଯାତ୍ରୀ ବିମାନ ବନ୍ଦରକୁ ଯାଉଛନ୍ତି ସେମାନେ ସେମାନେ ନିଜ ଉଡାଣ ସ୍ଥିତି ପରଖି ନିଅନ୍ତୁ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି।
#6ETravelAdvisory: Heavy rain and thunderstorm in #Delhi, #Chandigarh and #Kolkata is impacting flights. We understand weather delays are never easy, we sincerely appreciate your patience. Do check your flight status before heading to the airport https://t.co/IEBbuCsa3e pic.twitter.com/MSO8qLlIEw
— IndiGo (@IndiGo6E) May 21, 2025