ଅଭିନେତ୍ରୀ ନିକିତା କରୋନା ପଜିଟିଭ୍ ଆକ୍ରାନ୍ତ, ପୋଷ୍ଟ ସେୟାର କରି ଦେଲେ ସୂଚନା

Published By : Prameya-News7 Bureau | May 23, 2025 IST

ଭାରତରେ ପୁଣି ଥରେ କରୋନା ଭାଇରସ୍ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସର ଶିକାର ହେଉଛନ୍ତି। ଏଥିରୁ ବଲିଉଡ ମଧ୍ୟ ବର୍ତ୍ତି ପାରିନାହିଁ। ନିକଟରେ ଶିଳ୍ପା ଶିରୋଡକରଙ୍କୁ କରୋନା ପଜିଟିଭ୍ ମିଳିଥିବା ବେଳେ ଏବେ ଆଉ ଜଣେ ଅଭିନେତ୍ରୀ ଏହାର ଆକ୍ରାନ୍ତ ହୋଇଛନ୍ତି। ବଲିଉଡ ଅଭିନେତ୍ରୀ ନିକିତା ଦତ୍ତା କରୋନା ପଜିଟିଭ୍ ହୋଇଛନ୍ତି। ନିକିତାଙ୍କ ସହିତ ତାଙ୍କ ମାଆ ମଧ୍ୟ ଏହାର ଶିକାର ହୋଇଛନ୍ତି। 

ନିକିତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ କରୋନା ପଜିଟିଭ୍ ହେବା ବିଷୟରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ ଏବଂ ତାଙ୍କ ମାଆ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ଘରେ କ୍ୱାରେଣ୍ଟାଇନ୍ରେ ଥିବା ନିକିତା କୋଭିଡ୍ ସଂକ୍ରମଣର ସାମାନ୍ୟ ଲକ୍ଷଣ ଅନୁଭବ କରୁଛନ୍ତି। କିନ୍ତୁ ତାଙ୍କ ନମୁନା ପରୀକ୍ଷା ପଜିଟିଭ୍ ଆସିଛି, ତେଣୁ ସେ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କର ସମସ୍ତ ପ୍ରକଳ୍ପକୁ ସ୍ଥଗିତ ରଖିଛନ୍ତି।

ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଦେଲେ ସୂଚନା  

ନିକିତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟଟି ସେୟାର କରି ଲେଖିଛନ୍ତି- 'କରୋନା ମୋତେ ଏବଂ ମୋ ମାଆଙ୍କୁ ହେଲୋ କରିବାକୁ ଆସିଛି।' ମୁଁ ଆଶା କରୁଛି ଏହି ନିମନ୍ତ୍ରିତ ଅତିଥି ଅଧିକ ଦିନ ରହିବେ ନାହିଁ। ଏକ ଛୋଟ କ୍ୱାରାଣ୍ଟାଇନ୍ ପରେ ଦେଖା ହେବ। ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ।। କହିବାକୁ ଗଲେ ନିକିତା ବର୍ତ୍ତମାନ ତାଙ୍କ ଘରେ କ୍ୱାରେଣ୍ଟାଇନ୍ ଅଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ଅଛି କିନ୍ତୁ ସେ ସୁସ୍ଥ ନହେବା ପର୍ଯ୍ୟନ୍ତ ସେ କୌଣସି କାମ କରିବେ ନାହିଁ । କାମ ବିଷୟରେ କହିବାକୁ ଗଲେ, ନିକିତାଙ୍କୁ ନିକଟରେ ସୈଫ ଅଲ୍ଲୀ ଖାନ ଏବଂ ଜୟଦୀପ ଆହଲାୱତଙ୍କ ସହ ଜୁଏଲ ଥିଫରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି Netflix ରେ ମୁକ୍ତିଲାଭ କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.