ନିମାପଡ଼ା ୨୩।୭: ପୁରୀ ଜିଲ୍ଲା ବଳଙ୍ଗା ନାବାଳିକା ପୋଡି ଘଟଣାରେ ବଳଙ୍ଗା ପୋଲିସକୁ ମିଳିଛି କି ବଡ଼ ଖିଅ । ୩ ଯୁବକଙ୍କୁ ଉଠାଇ ନେଲା ବଳଙ୍ଗା ପୋଲିସ । ଅଟକ ଯୁବକଙ୍କୁ ପଚରାଉଚରା କରୁଛି ବଳଙ୍ଗା ପୋଲିସ । ବଳଙ୍ଗା ପୋଲିସ ସହ ୩ ଜଣିଆ ସ୍ପେଶାଲ ଟିମ୍ ମଧ୍ୟ ପଚରାଉଚରା କରୁଛି । ଅଟକ ଥିବା ଯୁବକ ମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।
ଏହି ଘଟଣାରେ ଏପର୍ଯ୍ୟନ୍ତ ବଳଙ୍ଗା ପୋଲିସ ପାଖାପାଖି ୪୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଥାନାକୁ ଆଣି ପଚରାଉଚରା କଲାଣି । ସେପଟେ ବୁଧବାର ମଧ୍ୟ ବଳଙ୍ଗା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଅଧିକ ଛାନଭିନ୍ ଚଲାଇଥିବା ଜଣାପଡ଼ିଛି । ଅଜଣା ସ୍ଥାନରେ ପଚରାଉଚରା ଜାରି ରହିଛି ।
ସେପଟେ ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ପୀଡ଼ିତା ମଙ୍ଗଳବାର ପାଟି ବାଟେ ନରମ ଖାଦ୍ୟ ଖାଇଥିବା ସୂଚନା ମିଳିଛି । ବୁଧବାର ପୀଡ଼ିତାଙ୍କ ୬ ଘଣ୍ଟିଆ ସର୍ଜରୀ ହେବା ସମ୍ଭାବନା ରହିଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନଆସିବା ଯାଏ ତାଙ୍କ ବୟାନ ରେକର୍ଡ ହେବା ସମ୍ଭବ ନୁହେଁ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି ।
You Can Read:
ICC ରିପୋର୍ଟ ଦେଲେନି ବୋଲି ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ, ପ୍ରିନ୍ସିପାଲଙ୍କୁ ସସ୍ପେଣ୍ଡ ଚେତାବନୀ