ଭୁବନେଶ୍ବର ୨୩।୭: ରାଜ୍ୟ ସରକାରଙ୍କୁ ପୁନର୍ବାର ଟାର୍ଗେଟ୍ କଲା କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ବାଲେଶ୍ୱର ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟ ଲଜ୍ଜା ଅନୁଭବ କରୁଛନ୍ତି ବୋଲି କହିଲେ । ୭୫ ବର୍ଷ ସ୍ୱାଧୀନତା ପରେ ମଧ୍ୟ ନାରୀ ସୁରକ୍ଷିତ ନୁହେଁ, ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏଭଳି ଘଟଣା ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ କିଭଳି ଲଜ୍ଜା ଦେଉନାହିଁ । ସେମାନେ କ୍ଷମତାରେ ରହିବା ଉଚିତ ନୁହେଁ । ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଭକ୍ତ କହିଛନ୍ତି ।
ବାଲେଶ୍ୱର ଘଟଣାରେ ସୁପ୍ରିମକୋର୍ଟ ଲଜ୍ଜିତ ବୋଲି କହିଲେ, ଓଡ଼ିଶାର ସମ୍ମାନ କ’ଣ ରହିଲା । ବର୍ଷେ ହେଲା ମହିଳା କମିଶନର ଗଠନ ହୋଇପାରିଲା ନାହିଁ, ଏ ସରକାର କ’ଣ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ।
ଗୁରୁବାର ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ । ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଦିନ ୯ଟାରେ ଗୋଟିଏ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ପିସିସି ସଭାପତି ।
You Can Read:
ମୁଖ୍ୟ ବିରୋଧୀ ବିଜେଡି ଆଣୁ ଅନାସ୍ଥା ପ୍ରସ୍ତାବ, ଆମେ ତାକୁ ସମର୍ଥନ କରିବୁ