ଦିଲ୍ଲୀକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିଲେ, ୩୦ କିଲୋ ଗଞ୍ଜେଇ ସହ ଧରାପଡିଲେ ୩ ମହିଳା

Published By : Prameya-News7 Bureau | June 13, 2025 IST

କୋରାପୁଟ ୧୩।୬: ପୋଲିସକୁ ଚକମା ଦେବାକୁ ଗଞ୍ଜେଇ ଚୋରା ଚାଲାଣରେ ସାମିଲ ହେଉଛନ୍ତି ମହିଳା । କୋରାପୁଟ ରେଲୱେ ଷ୍ଟେସନରୁ ୩ ମହିଳା ଦିଲ୍ଲୀ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି । କୋରାପୁଟ ରେଲୱେ ପୋଲିସ ଦ୍ଵାରା ଗଞ୍ଜେଇ ଜବତ କରିବା ସହ ୩ ମହିଳାଙ୍କୁ ଗିରଫ କରାଯାଇଛି ।

ଜୟପୁରରୁ ରେଳ ଯୋଗେ ବିଶାଖାପାଟଣା ଯିବାବେଳେ କୋରାପୁଟ ଷ୍ଟେସନରେ ଧରାପଡ଼ିଲେ ୩ ମହିଳା । କିରୁଣ୍ଡଲ-ବିଶାଖାପାଟଣା ଟ୍ରେନ୍‌ରେ ଆରପିଏଫ ଓ ଜିଆରପି ପୋଲିସର ଯାଞ୍ଚ ବେଳେ ୩୦ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣ ମହିଳାଙ୍କୁ ଗିରଫ କରିଛି ରେଲୱେ ପୋଲିସ । ଏମାନେ କୋରାପୁଟରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବୋଲି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ ସୂଚନା ଦେଇଛନ୍ତି । 

ଗତ ୩ ମାସରେ ୧୨ ଜଣ ମହିଳା ଗଞ୍ଜେଇ ଚାଲାଣରେ ରେଲୱେ ଷ୍ଟେସନ ଠାରେ ଗିରଫ ହୋଇଛନ୍ତି । ତେବେ ସହଜରେ ପୋଲିସର ସନ୍ଦେହଘେରକୁ ନଆସିବା ପାଇଁ ଏବେ ଗଞ୍ଜେଇ ମାଫିଆ ମହିଳା ମାନଙ୍କୁ ଆଗକୁ ଆଣିଥିବା ଅନୁମାନ କରାଯାଉଛି ।

You Can Read:

ଭଦ୍ରକରେ ଝାଡ଼ାବାନ୍ତି ଆତଙ୍କ, ଦୁଇଟି ଗାଁର ୧୦ରୁ ୧୨ଜଣ ହୋଇଛନ୍ତି ଆକ୍ରାନ୍ତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.