ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ

Published By : Prameya-News7 Bureau | July 02, 2025 IST

Breaking_1

ବଡ଼ବିଲ ୦୨।୦୭ : କେନ୍ଦୁଝର ଯୋଡ଼ା ଥାନା ବିଚାକୁଣ୍ଡି ଦଲପାହାଡ଼ ନିକଟରେ ଅଘଟଣ । ଖଣିରେ ମାଟି ଅତଡ଼ା ଖସି ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । 

ଖବର ଅନୁଯାୟୀ, ବୈତରଣୀ ସଂରକ୍ଷିତ ଜଙ୍ଗଲରେ ଚୋରାରେ ଚାଲିଥିଲା ମାଙ୍ଗାନିଜ ଉତ୍ତୋଳନ । ମଙ୍ଗଳବାର ଅପରାହ୍ନ ସମୟରେ ମାଙ୍ଗାନିଜ ଖୋଳାଯାଉଥିବା ସମୟରେ ଘଟିଲା ଅଘଟଣ । ଖଣିରେ ମାଟି ଅତଡ଼ା ଖସି ତିନି ଜଣ ଶ୍ରମିକ ତଳେ ଚାପି ହୋଇଯାଇଥିଲେ । ଯାହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ୬ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ବିଚାକୁଣ୍ଡି ଅଞ୍ଚଳର ସନ୍ଦୀପ ପୂର୍ତ୍ତି, ଗୁରୁ ଚମ୍ପିଆ, କାଣ୍ଡେ ମୁଣ୍ଡା ବୋଲି ଜଣାପଡିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.