ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ କରୋନା ସଂକ୍ରମିତ, ୧୧କୁ ବୃଦ୍ଧି ପାଇଲା ମୋଟ୍ ସଂଖ୍ୟା

Published By : Prameya-News7 Bureau | June 01, 2025 IST

ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୩ ନୂଆ କରୋନା ଆକ୍ରାନ୍ତ । ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ଏହାକୁ ମିଶାଇ ମୋଟ୍‌ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । 

ସେପଟେ ରାଜଧାନୀ ଭୁବନେଶ୍ୱରରେ କରୋନାରେ ଆକ୍ରାନ୍ତ ଜଣେ ବୃଦ୍ଧ ରୋଗୀଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଏହା ରାଜ୍ୟରେ କରୋନା ଚଳିତ ବର୍ଷ ପ୍ରଥମ ମୁଣ୍ଡ ନେଇଥିବା କୁହାଯାଉଛି । ବୃଦ୍ଧ ଜଣକ  କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଏଥିସହ ସେ  ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ପରେ ସେ ଘରକୁ ଫେରିଆସି ହୋମ୍‌  ଆଇସୋଲେସନ୍‌ରେ ରହି ଚିକିତ୍ସିତ  ହେଉଥିଲେ । ଶନିବାର ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।  କରୋନାରେ କି ଅନ୍ୟ ରୋଗ ପାଇଁ ତାଙ୍କର  ମୃତ୍ୟୁ ଘଟିଛି ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ରାଜ୍ୟରେ ଚିହ୍ନଟ ହେଲେଣି ୮ କୋଭିଡ୍ ଆକ୍ରାନ୍ତ, ସଚେତନ ଓ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୫ଟି କୋଭିଡ୍ ମାମଲା ସ୍ପଷ୍ଟ ହୋଇଥିବା ବେଳେ ଶନିବାର ଆଉ ୨ଟି ମାମଲାକୁ ସ୍ପଷ୍ଟ କରିଥିଲା ସ୍ଵାସ୍ଥ୍ୟ ବିଭାଗ । ତେବେ ରବିବାର ଆଉ ୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

You Can Read:

ଭୁବନେଶ୍ବରରେ ସିରିଜ୍‌ ଦୁର୍ଘଟଣା : ଅଟୋ ସହ ୨ଟି କାର୍‌କୁ ପଛରୁ ଧକ୍କା ଦେଲା ଆଉ ଏକ କାର୍‌


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.