ନୂଆଦିଲ୍ଲୀ : ୟୁପି ସମେତ ଉତ୍ତର ଭାରତରେ ପାଣିପାଗର ସ୍ଥିତି ବଦଳୁଛି। ଏବେ ଅନେକ ରାଜ୍ୟରେ ବର୍ଷା ହେଉଛି, ଯେଉଁଥି ପାଇଁ ଅସହ୍ୟ ଗରମରୁ ମୁକ୍ତି ମିଳିଛି। ପାଣିପାଗ ବିଭାଗ କହିଛି ଯେ, ଉତ୍ତର ପଶ୍ଚିମ ଭାରତରେ ଆସନ୍ତା ୪ରୁ ୫ ଦିନ ଯାଏ ବର୍ଷା, ଝଡ଼ ତୋଫାନର ସତର୍କ ସୂଚନା ରହିଛି। ଏଥିରେ ୨ ଓ ୩ ଜୁନ୍ରେ ଖୁବ୍ ବର୍ଷା ହେବ। ସେପଟେ, ପୂର୍ବୋତ୍ତରର ରାଜ୍ୟ ଗୁ଼ଡ଼ିକରେ ୩ ଜୁନ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ପାରେ। ଦୁଇ ଜୁନ୍ରେ ସବ୍ ହିମାଳୟୀ ପଶ୍ଚିମ ବଙ୍ଗରେ ଖୁବ୍ ବର୍ଷା ହେବାର ଆଲର୍ଟ ରହିଛି।
ଅରୁଣାଚଳ ପ୍ରଦେଶରେ ୧ ଜୁନ , ଆସାମ,ମେଘାଳୟରେ ୧ରୁ ୩ ଜୁନ , ମଣିପୁର, ମିଜୋରାମ , ତ୍ରିପୁରାରେ ୧ ଓ ୨ ଜୁନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ପାରେ। ପୂର୍ବ ଓ ମଧ୍ୟ ଭାରତର କଥା କହିବା ତ ମଧ୍ୟ ପ୍ରଦେଶ ,ବିଦର୍ଭ, ଛତିଶଗଡ଼ , ବିହାର, ଓଡଶାରେ ୧ରୁ ୪ ଜୁନରେ ମଧ୍ୟମ ଧରଣର ବର୍ଷା ହେବ। ଝଡ଼ ତୋଫାନ ଓ ବଜ୍ରପାତର ଆଶଙ୍କା ମଧ୍ୟ ରହିଛି। ଉତ୍ତର ପଶ୍ଚିମ ଭାରତର ପାଣିପାଗ କଥା ଯଦି କହିବା ତ ଜମ୍ମୁ କାଶ୍ମୀର, ଲଦ୍ଦାଖ , ହିମାଚଳ ପ୍ରଦେଶ , ଉତ୍ତରାଖଣ୍ଡ , ପଞ୍ଜାବ , ହରିଆଣା , ଚଣ୍ଡିଗଡ, ଦିଲ୍ଲୀ , ଉତ୍ତର ପ୍ରଦେଶ , ରାଜସ୍ଥାନରେ ୧ରୁ ୫ଜୁନ ମଧ୍ୟରେ ବର୍ଷା , ଝଡ଼ବର୍ଷା , ବିଜୁଳିର ଚେତାବନୀ ଜାରି କରାଯାଇଛି।
ପଶ୍ଚିମୀ ଉତ୍ତର ପ୍ରଦେଶରେ ୩ଜୁନ, ପୂର୍ବୀୟ ରାଜସ୍ଥାନରେ ୨ ଓ ୩ ଜୁନରେ ଘଡ଼ଘଡ଼ି ସହ ବର୍ଷ ହୋଇପାରେ। ଉତ୍ତରାଖଣ୍ଡରେ ୧ରୁ ୪ଜୁନ୍, ପଞ୍ଜାବ, ହରିଆଣାରେ ୩ ଜୁନ୍ରେ ପ୍ରବଳ ବର୍ଷାର ଚେତାବନୀ ଜାରି କରାଯାଇଛି। ପଶ୍ଚିମ ଭାରତର କଥା ଯଦି କହିବା ତ କୋଙ୍କଣ , ଗୋଆରେ ଏକ ଜୁନ୍ରେ ବର୍ଷା ହେବାକୁ ଯାଉଛି। ଦକ୍ଷିଣ ଭାରତରେ କେରଳ , ମାହେ ,ତଟୀୟ କର୍ଣ୍ଣାଟକରେ ୧ରୁ ୪ ଜୁନ ମଧ୍ୟରେ ବର୍ଷା , ଝଡ଼ ତୋଫାନ ଓ ବଜ୍ରପାତର ଆଲର୍ଟ ରହିଛି।