ନିଶ୍ଚିନ୍ତକୋଇଲି ୯।୭: ଘରର ଗ୍ରୀଲ୍ ତାଡ଼ି ଲୁଟ୍ ହୋଇଥିବା ଅଭିଯୋଗ । ସିସିଟିଭିରେ କଏଦ ହୋଇଛି ଲୁଟ୍ ବେଳର ଦୃଶ୍ୟ । ଏତଲା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ରାମଚନ୍ଦ୍ରପୁର ଗାଁରେ ବିଳମ୍ବିତ ରାତିରେ ଲୁଟ୍ ହୋଇଛି । ଅଜୟ କୁମାର ସାହୁଙ୍କ ଘରୁ ଲୁଟ୍ ହୋଇଥିବା ନେଇ ଅଜୟ ଥାନାରେ ଅଭିଯୋଗ କରିଛନ୍ତି । ଘରେ ସମସ୍ତ ପରିବାର ଶୋଇଥିବା ଅବସ୍ଥାରେ ଘରର ଗ୍ରୀଲ୍ ଓ ଝରକା କବାଟ ଭାଙ୍ଗି ଘରେ ପହିଥିଲେ ଦୁର୍ବୃତ୍ତ । ଆଉ ଘରେ ଝିଅର ବାହାଘର ପାଇଁ ରଖିଥିବା ସମସ୍ତ ସୁନା ଅଳଙ୍କାର ସହ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା । ସମସ୍ତ ସୁନା ଅଳଙ୍କାରର ମୂଲ୍ୟ ପାଖାପାଖି ୧୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଘର ମାଲିକ କହିଛନ୍ତି । ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ଲୁଟେରାଙ୍କ ଲୁଟ୍ ବେଳର ଫୁଟେଜ । ଯାହାକୁ ନେଇ ଏବେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ କେବେ ଧରା ହେଉଛି ଲୁଟେରା ଓ ମିଳୁଛି ଲୁଟ୍ ସାମଗ୍ରୀ ତାକୁ ହିଁ ଅପେକ୍ଷା ।
You Can Read:
ଖୁବ୍ ଶୀଘ୍ର ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ମନମୋହନଙ୍କ ନୂଆ ଟିମ୍ରେ ପୁରୁଖା ଓ ଯୁବ ନେତା ହେବେ ସାମିଲ