ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି, ଢେର ଅଧିକ ବଢ଼ୁନି ଆକ୍ରାନ୍ତଙ୍କ ସଂଖ୍ୟା

Published By : Prameya-News7 Bureau | June 02, 2025 IST

ଭୁବନେଶ୍ବର ୨ରାଜ୍ୟରେ କୋଭିଡ୍ ପଜିଟିଭ୍ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ପୂର୍ବରୁ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ରବିବାର ଆଉ ୩ଟି କେସ୍ ଆସିଛି । ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ  ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ଢେର ଅଧିକ ବଢ଼ୁନି । ବ୍ୟସ୍ତ ହେବାର କୌଣସି କାରଣ ନାହିଁ । ଏବେ ଲକ୍ଷଣ ଦେଖାଦେଲେ, କେବଳ ଗୁରୁତର ରୋଗୀଙ୍କ କୋଭିଡ୍ ପରୀକ୍ଷା କରାଯାଉଛି । ଯେତିକି ପରୀକ୍ଷା ହେଉଛି, ସେଥିରୁ ବହୁତ କମ୍ ପଜିଟିଭ ଆସୁଛି । ଲୋକମାନଙ୍କୁ ପରାମର୍ଶ, ସତର୍କତା ଅବଲମ୍ବନ କରନ୍ତୁ । ଜନଗହଳି ସ୍ଥାନକୁ ଯାଆନ୍ତୁ ନାହିଁ । ମାସ୍କ ପିନ୍ଧନ୍ତୁ, ଦରକାର ପଡ଼ିଲେ ଗ୍ଲୋଭସ୍ ବ୍ୟବହାର କରନ୍ତୁ, ହାତ ଧୁଅନ୍ତୁ । 

ସେହିପରି ଆଗକୁ ହେବାକୁ ଥିବା ପୁରୀ ରଥଯାତ୍ରା ନେଇ ଖୁବ୍‌ଶୀଘ୍ର ପୁରୀରେ ସମୀକ୍ଷା ବୈଠକ ବସିବ । ଏଥିରେ ସ୍ଵାସ୍ଥ୍ୟ ବିଭାଗ ନିଜର ମତ ରଖିବ । ରାଜ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେବେ ବୋଲି ନୀଳକଣ୍ଠ ମିଶ୍ର କହିଛନ୍ତି ।

You Can Read:

ଭଲ ପ୍ରଦର୍ଶନ କଲେ ପୁରସ୍କୃତ କରାଯିବ, ଅବହେଳା କଲେ ଖୋଜି ଖୋଜି କାମରେ ଲଗାଯିବ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.