ଧାନ ବିକି ଟଙ୍କା ଆଣିଥିଲେ, ଠକି ନେଇଗଲେ ଲୁଟେରା

Published By : Prameya-News7 Bureau | July 03, 2025 IST

ଜୟପୁର: ଆକାଉଣ୍ଟକୁ ଆସିଥିଲା ଧାନ ବିକ୍ରି ଟଙ୍କା। ବ୍ୟାଙ୍କରୁ ଟଙ୍କା ଉଠାଇ ମନ ଖୁସିରେ ବନ୍ଧୁଙ୍କ ସହ ଘରକୁ ଫେରୁଥିଲେ। ହେଲେ ଏହି ଖୁସି ବେଶୀ ସମୟ ରହିପାରିଲାନି। ଚିଲ ପରି ଆସି କିଛି ଦୁର୍ବୃତ୍ତ ଚାଷୀଙ୍କ ଠାରୁ ଝାମ୍ପିନେଇଗଲେ ଲକ୍ଷେ ଟଙ୍କା। ଲୁଟର ତରିକା ବି ଥିଲା ଅଭିନବ। ଘଟଣା ଘଟିଛି ଜୟପୁରରେ। ଲୁଟର ଶିକାର ହୋଇଥିବା ହୋଇଥିବା ଚାଷୀ ହେଉଛନ୍ତି କମଳ ଲୋଚନ ଭତ୍ରା।

ସୂଚନା ଅନୁଯାୟୀ, ଜୟପୁର ହାଡିଆ ଗ୍ରାମର କମଳ ଲୋଚନ ଭତ୍ରା ଗୁରୁବାର ଗାନ୍ଧୀ ଛକ ଷ୍ଟେଟ୍ ବ୍ୟାଙ୍କରୁ ଧାନ ବିକ୍ରି ବାବଦକୁ ୩ ଲକ୍ଷ ୯୦ ହଜାର ଟଙ୍କା ଉଠାଇ ଏକ ବୋଲେର ଗାଡିରେ ରଜାନଗର ଯାଉଥିଲେ । ହେଲେ ବାଟରେ କିଛି ଦୁର୍ବୃତ୍ତ ସେମାନଙ୍କ ଗାଡ଼ି ଅଟକାଇଥିଲେ ଏବଂ ସେମାନଙ୍କୁ କହିଥିଲେ ଆମ ମୋବାଇଲ ହଜିଯାଇଛି ସେଥିପାଇଁ ଆମେ ଚେକ୍ କରୁଛୁ। ଆଉ ଏହା କହି କମଳଲୋଚନଙ୍କୁ ବ୍ୟାଗକୁ ଭିଡ଼ି ନେଇ ଯାଞ୍ଚ କରିବା ବାହାନାରେ ୧ ଲକ୍ଷ ଟଙ୍କା ନେଇଯାଇଥିଲେ। ତେବେ ଏକଥା ଜାଣିବାବେଳକୁ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ କମଳ ଲୋଚନ ଜୟପୁର ଟାଉନ ଥାନାରେ ଏତଲା ଦେଇଛନ୍ତି।ଏତଲା ଆଧାରରେ ପୋଲିସ ଛାନଭିନ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.