ଶଶି ଥରୁରଙ୍କୁ ବିଲାୱଲ ଭୁଟ୍ଟୋଙ୍କ ଚ୍ୟାଲେଞ୍ଜ , ଆମେରିକା ପାଖରେ ଚିତ୍କାର କଲେ ପାକିସ୍ତାନର ଏହି ପୂର୍ବତନ ମନ୍ତ୍ରୀ

Published By : Prameya-News7 Bureau | June 03, 2025 IST

ନୂଆଦିଲ୍ଲୀ – ଭାରତ ସହ ସଦ୍ୟ ସାମରିକ ସଂଘର୍ଷ ପରେ ଭାରତର ନକଲ କରି , ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ ଅନ୍ତରାଷ୍ଟ୍ରୀୟ ସମର୍ଥନ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧିମଣ୍ଡଳ ଆମେରିକା ପଠାଇଛନ୍ତି। ବଡ଼ କଥା ଏହା ଯେ, ଏହି ପାକିସ୍ତାନୀ ପ୍ରତିନିଧିମଣ୍ଡଳରେ ତିନି ଜଣ ପୂର୍ବତନ ବିଦେଶୀ ମନ୍ତ୍ରୀ ସାମିଲ ଅଛନ୍ତି, ଯାହାର ନେତୃତ୍ୱ ନେଇଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ। ଆଉ ଏକ ବିଶେଷ କଥା ଏହା ଯେ, ପାକିସ୍ତାନୀ ପ୍ରତିନିଧିମଣ୍ଡଳ ପାଖାପାଖି ସେହି ସମୟରେ ଆମେରିକାରେ ପହଞ୍ଚିଛନ୍ତି , ଯେତେବେଳେ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଭାରତର ମଧ୍ୟ ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳ ( ଆତଙ୍କବାଦକୁ କେବେ ବି ସହ୍ୟ ନକରିବା ନେଇ ଭାରତର ନୀତିକୁ ଅବଗତ କରାଇବା ଓ ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାକିସ୍ତାନ ଦେଉଥିବା ସମର୍ଥନକୁ ଫର୍ଦ୍ଦାଫାସ କରିବା ପାଇଁ ) ପୂର୍ବରୁ ଆମେରିକାରେ ଅଛନ୍ତି।

ଅର୍ଥାତ୍‌ ଆମେରିକା ଏବେ ଭାରତ –ପାକିସ୍ତାନ ମଧ୍ୟରେ ଏକ ଏମିତି ଆଖଡା ହୋଇ ସାରିଛି, ଯେଉଁଠି ଉଭୟ ଦେଶ ମଧ୍ୟରେ ନାରେଟିଭ୍‌ ୱାର ଆରମ୍ଭ ହୋଇ ଯାଇଛି। ଜିୟୋ ନ୍ୟୁଜ୍‌ର ଏକ ରିପୋର୍ଟ ମୁତାବିକ , ବିଲାୱଲ ଭୁଟ୍ଟୋ ନ୍ୟୁୟର୍କରେ ପହଞ୍ଚି ଭାରତ ବିରୋଧରେ ନିଜର ପ୍ରୋପାଗେଣ୍ଡାକୁ ବିସ୍ତାର କରିବା ଆରମ୍ଭ କରି ଦେଇଛନ୍ତି। ଏହି କ୍ରମରେ ବିଲାୱଲ ଭୁଟ୍ଟୋ ମୁସଲିମ୍‌ ଦେଶ ଗୁଡ଼ିକର ସଙ୍ଗଠନ  ଅର୍ଗାନାଇଜେସନ ଅଫ୍‌ ଇସଲାମିକ୍ କଣ୍ଟ୍ରିଜ୍‌ (ଓଆଇସି) ର ପାଖରେ ବିଳି ବିଳେଇ ହୋଇ ଭିକ୍ଚିମ୍‌ ଓ ଇସଲାମିକ୍‌ କାର୍ଡ ଖେଳିବାକୁ ଚେଷ୍ଟା କରିଛି।

ରିପୋର୍ଟରେ କୁହାଯାଇଛି ଯେ, ଭୁଟ୍ଟୋ ମୁସଲିମ୍‌ ଦେଶର ସାମ୍ନାରେ ଗୁହାରୀ କରିଛନ୍ତି ଏବଂ ସେମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଛନ୍ତି ଯେ, ଆମର ପଡୋଶୀ ଦେଶ ଅର୍ଥାତ୍‌ ଭାରତ ସହ ଆମର ସମ୍ୱନ୍ଧ ତ ଖରାପ ଅଛି, କିନ୍ତୁ ଆପଣଙ୍କ ସମ୍ୱନ୍ଧ ଖୁବ୍‌ ଭଲ , ଏଥିପାଇଁ ତାଙ୍କୁ ସିନ୍ଧୁ ଜଳ ଚୁକ୍ତିକୁ ବାତିଲା କରିବା ଓ ଆଞ୍ଚଳିକ ଶାନ୍ତି ପୁନଃ ସ୍ଥାପନ ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ତାଙ୍କ ଉପରେ ଚାପ ପକାନ୍ତୁ। ତଥାପି, ଏମିତି ଅନୁରୋଧ କରିବା ସମୟରେ ଭୁଟ୍ଟୋ ନିଜର ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିବା ସହ ତୁରନ୍ତ ଭାରତରେ ଉପରେ ଆକ୍ରମଣାତ୍ମକ କାର୍ଯ୍ୟ ପ୍ରସାର କରିବାର ଅଭିଯୋଗ ଲଗେଇବା ଆରମ୍ଭ କରି ଦେଇଛନ୍ତି ।

ଓଆଇସିର ପ୍ରତିନିଧିଙ୍କ ସହ କଥା ହୋଇ ବିଲାୱଲ ଭୁଟ୍ଟୋ କହିଛନ୍ତି , ମୁଁ ଓଆଇସି ସଦସ୍ୟଙ୍କୁ ବ୍ୟକ୍ତିଗତ ରୂପେ ଅନୁରୋଧ କରୁଛି କି, ଭାରତ ସହ ଆପଣଙ୍କ ସମ୍ୱନ୍ଧ ଆମ ଠାରୁ ଭଲ। ଆପଣ ଭାରତକୁ କୁହନ୍ତୁ ଯେ, ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ଉଚିତ, ଶାନ୍ତି ଉପରେ କଥାବାର୍ତ୍ତା କରିବା ଉଚିତ, ଏହି ଉପମହାଦ୍ୱୀପର ଯେଉଁ ପ୍ରସଙ୍ଗ ସମାଧାନ ହୋଇ ନାହିଁ ଏହା ଉପରେ ଆଲୋଚନା ହେଉ। ଏଥିରେ ଆତଙ୍କବାଦର ପ୍ରସଙ୍ଗ ବି ସାମିଲ ହେଉ। ଯଦି ପାକିସ୍ତାନ ଓ ଭାରତ ମିଶି ଆତଙ୍କବାଦ ସହ ଲଢିବେ ତ ମୁ କହି ପାରିବେ ଯେ ,ଏହି  କ୍ଷେତ୍ର ଆତଙ୍କବାଦ ମୁକ୍ତ ହୋଇଯିବ।  

ଏହାର କିଛି ସମୟ ପରେ ବିଲାୱଲ ଧମକ ପୂର୍ଣ୍ଣ ଅନ୍ଦାଜରେ କହିଥିଲେ, ଯଦି ଭାରତ-ପାକିସ୍ତାନ ଆତଙ୍କବାଦ ଉପରେ ଆଲୋଚନା ନକରିବେ , ସେ ଲେଖିକି ଦେଇ ପାରିବେ ଯେ ଉପମହାଦ୍ୱୀପରେ ଆତଙ୍କବାଦ ଆହୁରି ବଢିବ। ଭୁଟ୍ଟୋ ଜଳ ସଂପଦ ବିଷୟରେ ମଧ୍ୟ କହିଥିଲେ। ଜଳ ସଂପଦ ଉପରେ ଯେକୌଣସି ଆକ୍ରମଣ କେବଳ ପାକିସ୍ତାନର ସାର୍ବଭୌମତ୍ୱକୁ ନୁହେଁ ବରଂ ବିଶ୍ୱ ସ୍ଥିରତାକୁ ମଧ୍ୟ ଚ୍ୟାଲେଞ୍ଜ କରେ। ଏହାର ବିପରୀତ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଶଶି ଥରୁରଙ୍କ ନେତୃତ୍ୱରେ ପ୍ରତିନିଧିମଣ୍ଡଳୀ ଆମେରିକାରେ ଆତଙ୍କବାଦ ବିରୁଦ୍ଧରେ ଭାରତର ସ୍ଥିର କାର୍ଯ୍ୟକ୍ରମ ଓ ଆଞ୍ଚଳିକ ଶାନ୍ତି ବିଷୟରେ ଆଲୋଚନା କରି ବିଦେଶୀ କୂଟନୀତଜ୍ଞଙ୍କୁ ବିଶ୍ୱାସକୁ ନେଇଥିଲେ।

ରିପୋର୍ଟ ଅନୁସାରେ,ପାକ୍‌ ପ୍ରତିନିଧିମଣ୍ଡଳ ସଂଯୁକ୍ତ ରାଷ୍ଟ୍ର ମହାସଚିବ, ସଂଯୁକ୍ତ ରାଷ୍ଟ୍ର ମହାସଭାର ଅଧ୍ୟକ୍ଷ , ୧୫ ସଦସ୍ୟ ବିଶିଷ୍ଟ ରାଷ୍ଟ୍ର ସୁରକ୍ଷା ପରିଷଦର ୧୪ଟି ଦେଶର ରାଷ୍ଟ୍ରଦୂତଙ୍କ ସାକ୍ଷାତ୍‌ କରିବେ, ଯେଉଁଥିରେ ଚାଇନା ଓ ରୁଷୀୟ ସଂଯୁକ୍ତ ରାଷ୍ଟ୍ରଦୂତ ମଧ୍ୟ ସାମିଲ ଅଛି। ଏହି ଦଳ ନ୍ୟୁୟର୍କ ଓ ୱାଶଂଟନ ପରେ ଲଣ୍ଡନ ଓ ବ୍ରସେଲ୍ସର ମଧ୍ୟ ଗସ୍ତ କରିବେ। ପ୍ରତିନିଧିମଣ୍ଡଳର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ସଂଘୀୟ ମନ୍ତ୍ରୀ ମୁସାଦିକ ମଲିକ୍‌ , ପୂର୍ବତନ ବିଦେଶ ମନ୍ତ୍ରୀ ହିନା ରବାନୀ ଖାର ଓ ଖୁର୍ମ ଦସ୍ତଗିର ଖାନ , ପୂର୍ବତନ ମନ୍ତ୍ରୀ ସୈୟଦ ଫୈସଲ ଅଲୀ ସୁବଜୱାରୀ ଓ ଶେରୀ ରହମାନ , ସିନେଟର ବୁଶରା ଅଞ୍ଜୁମ ବଟ ସାମିଲ ଅଛନ୍ତି। ଏଥିରେ ଦୁଇ ଜଣ ପୂର୍ବତନ ବିଦେଶ ସଚିବ-ଜଲିଲ୍‌ ଅବାସ ଜିଲାନୀ ଓ ତହମିନା ଜଞ୍ଜୁଆ ମଧ୍ୟ ସାମିଲ ଅଛନ୍ତି।

କହି ରଖୁଛୁ କି , ଏହି ପଦକ୍ଷେପ ଭାରତ ଦ୍ୱାରା ପହଲଗାମରେ ହୋଇଥିବା ଆତଙ୍କବାଦୀ ହମଲା ପରେ ନିଜର କୂଟନୀତିକ ସଂପର୍କର ଅଂଶ ସ୍ୱରୂପ ୩୩ ବୈଶ୍ୱିକ ରାଜଧାନୀରୁ ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳ ପଠାଇବା ପରେ ନିଆଯାଇଛି। ପହଲଗାମରେ ହୋଇଥିବା ଆତଙ୍କୀ ହମଲାରେ ୨୬ ଜଣ ଲୋକଙ୍କ ଜୀବନ ଯାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.