ଥମୁନି ବିବାଦ, ଦଶହରାର ୫ ଦିନ ପରେ ବି ହୋଇପାରୁନି ମା’ଙ୍କ ଭସାଣି

Published By : Prameya-News7 Bureau | October 19, 2024 IST

ଯାଜପୁର ୧୯।୧୦: ଥମୁନି ବିବାଦ । ଦଶହରାର ୫ଦିନ ପରେ ବି ମଣ୍ଡପରେ ମା ଦୁର୍ଗା । ପାଣିକୁ ନଯାଇ ମଣ୍ଡପରେ ରହିଛନ୍ତି ମା । ଯାଜପୁର ଟାଉମ୍‌ ଥାନା ରାମ୍ବାଗ ଠାରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । 

ଖବର ଅନୁଯାୟୀ, ମଣ୍ଡପ ଓ ଏହାର ପାଖ ଯାଗାକୁ ନେଇ ପୂଜା କମିଟି ଓ ଜମି ମାଲିକଙ୍କୁ ନେଇ ଏକ ବିବାଦୀୟ ପରିସ୍ଥିତି ଉପୁଜିଛି । ଯାହାକୁ ନେଇ ଏହି ଜମିରେ ୧୬୩ ଧାରା ଜାରି ହୋଇଛି । ମଣ୍ଡପ ସମ୍ମୁଖରେ ଜମି ମାଲିକଙ୍କ ବାଲି ପଡିଥିବାରୁ ମା’ ଦୁର୍ଗା ଏବେ ଯାଏଁ ବସିଛନ୍ତି । ବାଲି ପଡିଥିବା ଲାଗି ବିସର୍ଜନ ପାଇଁ ବାହାରି ପାରୁନଥିବା ପୂଜା କମିଟି ଅଭିଯୋଗ କରିଛି । ସେପଟେ ଜମି ମାଲିକ କହିଛନ୍ତି ଯେ, ୧୬୩ ଧାରା ଲଗାଯାଇଛି । ଆମେ ଠାକୁରଙ୍କ ଭସାଣକୁ ବିରୋଧ କରୁନାହିଁ, କି କୋର୍ଟଙ୍କ ନିର୍ଦ୍ଦେଶକୁ ବି ଅବମାନା କରିପାରୁନି । ତେଣୁ ଦେବୀ ମା’ଙ୍କ ବିସର୍ଜନ ଲାଗି ପ୍ରଶାସନ ହସ୍ତକ୍ଷେପ କରିବା ଉଚିତ୍‌ । 

ଅନ୍ୟପଟେ ଦେବୀଙ୍କ ବିସର୍ଜନ ଲାଗି ପୋଲିସ ନିକଟରେ ଅଭିଯୋଗ ହୋଇନଥିବା ବେଳେ ଖୁବଶୀଘ୍ର ଭସାଣ କରିବାକୁ ଥାନା ଅଧିକାରୀ ତହସିଲଦାର ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.