ଆଠଗଡ଼ ୨୪।୬: ଆଠଗଡ଼ ବ୍ଲକ୍ ସମ୍ମୁଖରେ ବିଜେଡି-ବିଜେପି ଖଣ୍ଡଯୁଦ୍ଧ । ଘଟଣାସ୍ଥଳରେ ୧୬୩ ଧାରା ଜାରି ହୋଇଛି । ପୋଲିସ ପକ୍ଷରୁ ଲାଠି ଚାଳନା । ଶତାଧିକ ଗିରଫ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ଆଠଗଡ଼ ପଞ୍ଚାୟତ ସମିତି ବୈଠକ ହେବାକୁ ଥିବାବେଳେ ପଞ୍ଚାୟତ ସମିତିର କାର୍ଯ୍ୟାଳୟ ସମ୍ମୁଖରେ ବିଜେଡି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉଭୟ ପକ୍ଷରୁ ଅଣ୍ଡା ମାଡ଼ ଏବଂ ଢେଲାପଥର ମାଡ଼ ହେବା ପରେ କାର୍ଯ୍ୟାଳୟ ସମ୍ମୁଖରେ ରଣକ୍ଷେତ୍ର ପାଲଟି ଯାଇଥିଲା । ପୋଲିସ ପକ୍ଷରୁ ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଉତ୍ତେଜନା ନକମିବାରୁ ଘଟଣାସ୍ଥଳରେ ୧୬୩ ଧାରା ଜାରି କରାଯାଇଥିଲା । ଏହା ସତ୍ତ୍ଵେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହେବାରୁ ଉଭୟ ପକ୍ଷଙ୍କୁ ଘଉଡାଇବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା ।
ଢେଲାପଥର ମାଡ଼ରେ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବଜିତ ମହାନ୍ତି, ସବ୍ ଇନ୍ସପେକ୍ଟର ବିଶ୍ବଜିତ ଜେନାଙ୍କ ସମେତ ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ବେଳେ ପୋଲିସ ଶତାଧିକ ବିଜେଡି ଏବଂ ବିଜେପି କର୍ମୀଙ୍କୁ ନିଜର ହେପାଜତକୁ ନେଇଛି ।
You Can Read: