ନିର୍ବାଚନ କାମ ସାରି ଫେରୁଥିଲେ ଶିକ୍ଷକ, ବସ୍‌ ଧକ୍କାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 14, 2024 IST

ମାଥିଲି ୧୪।୦୫ :  ମାଲକାନଗିରି ମାଥିଲିରେ ଅଘଟଣ । ନିର୍ବାଚନ କାମ ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ମୃତ ଶିକ୍ଷକଙ୍କ ନାମ ଇନ୍ଦ୍ରଜିତ କିର୍ସାନୀ ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ଖଇରପୁଟ ମୁଦୁଲିପଡ଼ା ପଞ୍ଚାୟତ ଏମ୍‌ ବନ୍ଧଗୁଡ଼ାର ଇନ୍ଦ୍ରଜିତ କିର୍ସାନୀ । ନିର୍ବାଚନ କାମରେ ଯୋଗ ଦେବାକୁ ନିକଟସ୍ଥ ପୋଲିଂ ବୁଥ୍‌କୁ ଯାଇଥିଲେ । ସେଠାରେ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଇନ୍ଦ୍ରଜୀତଙ୍କ ବାଇକ୍‌କୁ ଧକ୍କା ଦେଇଥିଲା ବସ୍‌ । ଯାହାଫଳରେ ଘଟଣାସ୍ଥଳରେ ହିଁ ଇନ୍ଦ୍ରଜୀତଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ମୃତ୍ୟୁ ଖବର ଶୁଣି ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.