ମାଲକାନଗିରି ୮/୭: ଛତିଶଗଡ ସୀମାନ୍ତ ସୁକ୍ମା ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । କିସ୍ତରାମ ଥାନା ସାନ୍ନିପେଣ୍ଟା ଗାଁର ଭରସେ ମାସାଙ୍କୁ ନିର୍ମମ ଭାବରେ ଗୁଳି କରି ହତ୍ୟା କରିଛନ୍ତି ଲାଲବାହିନୀ । କିଛି ବର୍ଷ ଧରି ମାଓ ସଂଗଠନରେ କାର୍ଯ୍ୟ କରିବା ପରେ ସୁକୁମା ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା ମାସା । ହତ୍ୟା ପରେ ମାଓବାଦୀଙ୍କ କିଷ୍ଟାରାମ କମିଟି ଏକ ହାତ ଲେଖା ପୋଷ୍ଟର ଛାଡି ଯାଇଛନ୍ତି । ଏଥିରେ ସ୍ପଷ୍ଟ ଲେଖାଯାଇଛି ପୋଲିସ ନିକଟରେ ସରେଣ୍ଡର ପରେ ଭରସେ ମାସା ମାଓବାଦୀଙ୍କ ସଂପର୍କରେ ପୋଲିସକୁ ସୂଚନା ଦେଉଥିଲେ, ସେଥିପାଇଁ ମାରିଦେଲୁ । ଲାଲବାହିନୀ ଆହୁରି ଚେତାବନୀ ଦେଇଛି ମାଓ ସଂଗଠନକୁ ଧ୍ବସଂ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ମିଳିବ ।