ନୂଆଦିଲ୍ଲୀ : ଗାଜା ପଟ୍ଟିରେ ଇସ୍ରାଏଲ ସମର୍ଥିତ ସଙ୍ଗଠନର ସହାୟତା ସପ୍ଲାଇ ପ୍ରାପ୍ତ କରିବା ପାଇଁ ଯିବା ସମୟରେ , ରବିବାର ୩୧ ଜଣ ପାଲେଷ୍ଟାଇନ ଲୋକଙ୍କ ମୃତ୍ୟୁ ହୋଇଛି। ଏହି ସୂଚନା ରେଡକ୍ରସ୍ ଦ୍ୱାରା ପରିଚାଳିତ ଏକ ହସ୍ପିଟାଲ ଦେଇଛି। ଉକ୍ତ ହସ୍ପିଟାଲରେ ଏହି ଲୋକଙ୍କ ମୃତଦେହକୁ ଅଣାଯାଇଛି। ହସ୍ପିଟାଲରେ ଅଧିକାରୀମାନେ କହିଛନ୍ତି ଯେ, ଆଉ ଅନ୍ୟ ୧୭୫ ଜଣ ଲୋକ ଆହତ ହୋଇଛନ୍ତି। ସେ ଏହା କହି ନାହାନ୍ତି ଯେ , ତାଙ୍କ ଉପରେ ଗୁଳି କିଏ ଚଲାଇଛନ୍ତି। ଆସୋସିଏଟେଡ୍ ପ୍ରେସ୍ର ସାମ୍ୱାଦିକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନେକ ଲୋକଙ୍କୁ ଦେଖିଥିଲେ। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଇସ୍ରାଏଲୀୟ ସେନା ସହାୟତା ବିତରଣ ସ୍ଥଳ ଆଡ଼କୁ ଯାଉଥିବା ଲୋକଙ୍କ ଉପରେ ଗୁଳି ଚଲାଇଥିଲେ। ଏହି ମାମଲାରେ ଇସ୍ରାଏଲୀୟ ସେନା ତତ୍କାଳ କୌଣସି ଟିପ୍ପଣୀ କରି ନାହିଁ।
ଗାଜା ହ୍ୟୁମିନିଟେରିୟନ ଫାଉଣ୍ଡେସନ ପକ୍ଷରୁ ସହାୟତା ସପ୍ଲାଇର ବିତରଣ କରାଯାଉ ଥିବା ବେଳେ ଅରାଜକତାର ସ୍ଥିତି ରହିଛି। ଅନେକ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି , ଇସ୍ରାଏଲୀୟ ସୈନିକମାନେ ସହାୟତା ବିତରଣ ସ୍ଥଳ ପାଖରେ ଭିଡ଼ରେ ଫାୟାରିଂ କରିଥିଲେ। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁସାରେ, ରବିବାର ପୂର୍ବରୁ ଅତି କମ୍ର ୬ଜଣ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ଫାଉଣ୍ଡେସନର କହିବାନୁସାରେ, ତାଙ୍କ ସ୍ଥଳର ସୁରକ୍ଷା କରୁଥିବା ଘରୋଇ ସୁରକ୍ଷାକର୍ମୀମାନେ ଭିଡ଼ ଉପରେ ଗୁଳି କରି ନାହାନ୍ତି , ଅନ୍ୟପଟେ ଇସ୍ରାଏଲୀୟ ସେନା ଚେତାବନୀ ସ୍ୱରୂପ ଗୁଳି ଚଲାଇବାର କଥା ସ୍ୱୀକାର କରିଛନ୍ତି।
ଫାଉଣ୍ଡସେନ ଲୋକଙ୍କ ହତାହତ ହେବାର ଘଟଣା ଉପରେ ଟିପ୍ପଣୀ କରି ଅପିଲରେ ଏବେ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏହା ପୂର୍ବରୁ ଏକ ବୟାନରେ କହିଥିଲା ଯେ , ରବିବାର ସକାଳେ ୧୬ଟି ଟ୍ରକ୍ରେ ପଠାଯାଇ ଥିବା ସହାୟତା ବିତରଣ କରାଯାଇଛି ଏବଂ ଏହି ସମୟରେ କୌଣସି ଘଟଣା ଘଟି ନାହିଁ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ରବିବାର ସହାୟତା ବିତରଣ ସ୍ଥଳରୁ ପାଖାପାଖି ଗୋଟିଏ କିଲୋମିଟର ଦୂର ଏକ ଗୋଲେଇ ଛକରେ ଗୁଳିକାଣ୍ଡ ହୋଇଥିଲା। ଏହି ବିତରଣ ସ୍ଥଳ ଇସ୍ରାଏଲ ସେନାର ନିୟନ୍ତ୍ରଣର କ୍ଷେତ୍ର। ପ୍ରତ୍ୟକ୍ଷଦର୍ଶୀ ଇବ୍ରାହିମ୍ ଅବୁ ସାଉଦ କହିଛନ୍ତି କି, ଇସ୍ରାଏଲର ସେନା ସହାୟତା ବିତରଣ କେନ୍ଦ୍ର ଆଡ଼କୁ ବଢୁ ଥିବା ଲୋକଙ୍କ ଉପରେ ଗୁଳି ଚଲାଇ ଥିଲେ। ସେ କହିଛନ୍ତି , ମହିଳାଙ୍କ ସମେତ ଅନେକ ଲୋକଙ୍କ ଜୀବନ ଯାଇଛି। ଆମେ ସେନା ଠାରୁ ପ୍ରାୟ ୩୦୦ମିଟର ଦୂରରେ ଥିଲୁ।