ପାଟଣା ଏମ୍ସରେ ଯୁବ ଡାକ୍ତରଙ୍କ ସନ୍ଦେହଜନକ ମୃତ୍ୟୁ : ଜନ୍ମମାଟିକୁ ଫେରିଲା ମରଶରୀର, ଗାଁ ଶ୍ମଶାନରେ ଶେଷକୃତ୍ୟ

Published By : Prameya-News7 Bureau | July 22, 2025 IST

ଢେଙ୍କାନାଳ ୨୨।୭: ବିହାର ପାଟନାରେ ଓଡ଼ିଆ ଯୁବ ଡାକ୍ତରଙ୍କ ମୃତ୍ୟୁ ଘଟଣାରେ ତିନି ଦିନ ପରେ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କ ଜନ୍ମମାଟିରେ ପହଁଚିଛି ମୃତଦେହ । ବିହାର ପାଟନା ଏମ୍ସରୁ ଜନ୍ମମାଟି ବୈଦକାଟେଣୀ ଗାଁରେ ପହଞ୍ଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।  ଗାଁର ସୁନା ପୁଅ ଯାଦବେନ୍ଦ୍ର ସାହୁ ବଡ ଡାକ୍ତର ହୋଇ ଗାଁକୁ ଆସିବେ ଓ ଲୋକଙ୍କ ସେବା କରିବେ ବୋଲି ସମସ୍ତେ ଆଶା କରିଥିଲେ । ହେଲେ ସବୁ କିଛି ଆଶା ଆଶାରେ ରହିଗଲା ।

ସୂଚନାଯୋଗ୍ୟ ଯେ, ପାଟନା ଏମ୍ସରେ ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ପିଜି କରୁଥିଲେ ଢେଙ୍କାନାଳର ୨୬ ବର୍ଷୀୟ ଓଡ଼ିଆ ଡାକ୍ତରୀ ଛାତ୍ର ଯାଦବେନ୍ଦ୍ର ସାହୁ । ନିହଲ ପ୍ରସାଦ ଥାନା ଅନ୍ତର୍ଗତ ବୈଦ୍ୟକାଟେଣି ଗ୍ରାମର ଏହି ଯାଦବେନ୍ଦ୍ରଙ୍କର ଗତ ଶନିବାର ଦିନ ପାଟଣା ଏମ୍ସ ହଷ୍ଟେଲରେ ମୃତ୍ୟୁ ଘଟିଥିଲା । କେହି ତାଙ୍କୁ ସେଠାରେ ହତ୍ୟା କରିଥିବା ଯାଦବେନ୍ଦ୍ରଙ୍କ ମା’ ଅଭିଯୋଗ କରିଥିଲେ । ପରିବାର ପକ୍ଷରୁ ପୁଅ ମୃତ୍ୟୁ ଖବର ପାଇ ପାଟଣା ଯାଇଥିଲେ । ତେବେ ତିନି ଦିନ ପରେ ମଙ୍ଗଳବାର ସନ୍ଧ୍ୟା ସାଢେ ୫ଟାରେ ତାଙ୍କ ମରଶରୀର ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗାଁରେ ପହଞ୍ଚିଲା । ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା । ଶେଷ ଦର୍ଶନ ପରେ ଗ୍ରାମବାସୀ ତାଙ୍କୁ ଶୋଭାଯାତ୍ରାରେ ଗ୍ରାମ ମଶାଣୀକୁ ନେଇ ଶେଷକୃତ୍ୟ କରୁଥିବା ଜଣାପଡିଛି ।

You Can Read:

ଖାଉଟି ଅଦାଲତର ଗୁରୁତ୍ୱପୂର୍ଣ୍ଣ ରାୟ : ଭିନ୍ନ ଭିନ୍ନ ମାମଲାରେ OLA ଏବଂ IFFCO-TOKIO କମ୍ପାନୀ ଦଣ୍ଡିତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.