ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହ : ଆତ୍ମାହୁତି ଉଦ୍ୟମ ବେଳେ ସ୍ତ୍ରୀ ଏବଂ ୩ ପିଲା ଉଦ୍ଧାର

Published By : Prameya-News7 Bureau | August 21, 2025 IST

ନିଶ୍ଚିନ୍ତକୋଇଲି ୨୧।୮: ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହ । ତିନି ପିଲାଙ୍କ ସହ ସ୍ତ୍ରୀଙ୍କର ଆତ୍ମାହୁତି ଉଦ୍ୟମ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବାଲିଆପାଦ ଗ୍ରାମରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବାଲିଆପାଦ ଗ୍ରାମରେ ସ୍ୱାମୀଙ୍କ ପରକୀୟା ପ୍ରୀତି ସନ୍ଦେହକୁ ଆତ୍ମାହୁତି ଉଦ୍ୟମ କଲେ ସ୍ତ୍ରୀ । ତିନି ନାବାଳିକା ପିଲାଙ୍କୁ ଧରି କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ ସ୍ଥାନୀୟ ଲୋକଙ୍କ ମା’ ଓ ପିଲାଙ୍କୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମା’ ଏବଂ ତିନି ନାବାଳିକା ଝିଅଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲେ । ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି l

You Can Read:

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା : ଜଣେ ଛାତ୍ରଙ୍କୁ ୧୨ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.