ନୂଆଦିଲ୍ଲୀ ୧୦/୦୭: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର । ଆଜି ସେ ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି । ୧୦ ଜୁଲାଇ, ୧୯୪୯ରେ ଜନ୍ମ । ନା ତାଙ୍କର ସୁନୀଲ ମନୋହର ଗାଭାସ୍କର । ତାଙ୍କ କ୍ୟାରିୟରରେ କରିଛନ୍ତି ଅନେକ ରେକର୍ଡ । ଗାଭାସ୍କର ଟେଷ୍ଟ କ୍ରିକେଟରେ ୧୦୦୦୦ ରନ ପୂରଣ କରିବାରେ ଥିଲେ ପ୍ରଥମ । ତାଙ୍କର ଟେଷ୍ଟ କ୍ରିକେଟରେ ୩୪ଟି ଶତକ ଅଛି ଯାହା ଦୀର୍ଘ ସମୟ ପାଇଁ ଏକ ବିଶ୍ୱ ରେକର୍ଡ ଥିଲା ।
କେବଳ କ୍ରୀଡା କ୍ଷେତ୍ରରେ ନୁହେଁ ବରଂ କ୍ରିକେଟ ଆଧାରରେ ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତି ଅର୍ଜନ କରିଛନ୍ତି । କେବଳ ଦେଶରେ ନୁହେଁ ବରଂ ବିଦେଶରେ ମଧ୍ୟ ଅନେକ ସମ୍ପତ୍ତି ଅଛି। 'ଲିଟିଲ୍ ମାଷ୍ଟର' ଭାବରେ ପରିଚିତ ଗାଭାସ୍କର ଭାରତୀୟ କ୍ରିକେଟକୁ ଏପରି ସ୍ଥାନକୁ ନେଇଛନ୍ତି, ଯେଉଁଠୁ ବିଶ୍ୱ ଆଜି ବିରାଟ କୋହଲି, ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଭଳି ଖେଳାଳି ପାଇଛି। ଯେତେବେଳେ ଭାରତ ବିଦେଶ ମାଟିରେ ସଂଘର୍ଷ କରୁଥିଲା, ଗାଭାସ୍କର ଏକାକୀ ବିଶ୍ୱର ମହାନ ରେକର୍ଡଧାରି ଖେଳାଳି ପାଲଟିଥିଲେ ।
ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ଥିଲେ ଯିଏ ଟେଷ୍ଟରେ ୧୦ ହଜାର ରନ ଏବଂ ୩୪ ଶତକର ସଂଖ୍ୟା ଛୁଇଁଥିଲେ। ୫ ଫୁଟ ୫ ଇଞ୍ଚ ଉଚ୍ଚତା ଗାଭାସ୍କର ତାଙ୍କ କ୍ରିକେଟ କ୍ୟାରିୟରରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି, କିନ୍ତୁ ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ଏପରି ୩ଟି ରେକର୍ଡ ବିଷୟରେ ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାଁନ୍ତି।
୧. ଗୋଟିଏ ଦଳ ପାଇଁ ସର୍ବାଧିକ ଲଗାତାର ଟେଷ୍ଟ ମ୍ୟାଚ୍ ଖେଳିଥିବା
ସୁନିଲ ଗାଭାସ୍କର ଏକମାତ୍ର ବ୍ୟାଟସମ୍ୟାନ । ଯିଏ ଏକ ଦଳ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଗାଭାସ୍କର ଭାରତ ପାଇଁ କ୍ରମାଗତ ୧୦୬ ମ୍ୟାଚ୍ ଖେଳିଛନ୍ତି। ସେ ବିଶ୍ୱର ଚତୁର୍ଥ ବ୍ୟାଟସମ୍ୟାନ ଯିଏ ଟେଷ୍ଟରେ ଏକ ଦଳ ପାଇଁ ସର୍ବାଧିକ ଲଗାତାର ମ୍ୟାଚ୍ ଖେଳିଛନ୍ତି। ସେହି ସମୟରେ, ଭାରତର କୌଣସି ଖେଳାଳି ଲଗାତାର ଏତେ ମ୍ୟାଚ୍ ଖେଳିପାରି ନାହାଁନ୍ତି।
୨. ଡେବ୍ୟୁ ସିରିଜରେ ସର୍ବାଧିକ ରନ୍
ଗାଭାସ୍କର ୧୯୭୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଡେବ୍ୟୁ ସିରିଜରେ ୭୭୪ ରନ୍ କରିଥିଲେ। ସେହି ସିରିଜରେ, ସେ ୧ ଦ୍ୱିଶତକ, ୪ ଶତକ ଏବଂ ୩ ଅର୍ଦ୍ଧଶତକ କରିଥିଲେ। ଏହି ସଂଖ୍ୟା ଏବେ ବି ଡେବ୍ୟୁ ସିରିଜରେ ଯେକୌଣସି ଖେଳାଳିଙ୍କ ଦ୍ୱାରା ସର୍ବାଧିକ ରନ୍ କରିବାର ରେକର୍ଡ।
୩.ହେଲମେଟ୍ ବିନା ସର୍ବାଧିକ ରନ୍
ଗାଭାସ୍କର ଏପରି ଏକ ଯୁଗରେ ବ୍ୟାଟିଂ କରିଥିଲେ ଯେତେବେଳେ ଦ୍ରୁତ ବୋଲରମାନେ ବିପଜ୍ଜନକ ବାଉନ୍ସର ଫିଙ୍ଗୁଥିଲେ । ହେଲମେଟ୍ ବ୍ୟବହାର କରାଯାଉନଥିଲା ସେ ସମୟରେ। ଏହା ସତ୍ତ୍ୱେ, ସେ ୧୦,୦୦୦ ରୁ ଅଧିକ ରନ୍ କରିଥିଲେ। ଜଣେ ଭାରତୀୟ ଅଧିନାୟକ ଭାବରେ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ଅଛି। ସେ ୧୯୭୮-୭୯ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୭୩୨ ରନ୍ କରିଥିଲେ।