ମାଉସୀ ମା’ ମନ୍ଦିରରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ସୁନାବେଶ, ଦୁଇ ଦିନ ଧରି ଅନୁଷ୍ଠିତ ହେବ ବାହୁଡ଼ା ଯାତ୍ରା

Published By : Prameya-News7 Bureau | July 05, 2025 IST

ବାରିପଦା ୫।୭: ଶନିବାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମାଉସୀ ମା’ ମନ୍ଦିରରେ ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧା ମୁରତି ଆଡ଼ପ ମଣ୍ଡପ ବେଦିରେ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । କଥିତ ଅଛି ଆଜିର ଦିନରେ ଆଡ଼ପ ମଣ୍ଡପରେ ପ୍ରଭୁମାନଙ୍କ ସୁନାବେଶ ଦର୍ଶନ କଲେ ବହୁତ ପୁଣ୍ୟ ଫଳ ମିଳିଥାଏ । ଏବେ ମଧ୍ୟ ଜନମାନସ ମଧ୍ୟରେ ବିଶ୍ୱାସ ରହିଛି ତାହା ଆଜି ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ରେ ପରିଲକ୍ଷିତ ହୋଇଛି । 

ସୁନାବେଶ କାର୍ଯ୍ୟକ୍ରମ ପରେ ଅପରାହ୍ନ ସମୟରେ ଚତୁର୍ଦ୍ଧାମୁରୁତି ମାନଙ୍କୁ ବାହୁଡ଼ା ପହଣ୍ଡି କରି ରଥାରୂଢ଼ କରାଯିବ। ପରେ ରବିବାର ଓ ସୋମବାର ଦୁଇ ଦିନ ଧରି ବାରିପଦାରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ତିନି ଦିଅଁ ମାଉସୀ ମା’ ମନ୍ଦିରରେ ଅବସ୍ଥାନ କାଳରେ ଆଡ଼ପ ମଣ୍ଡପରେ ବିଜେ କରି ଦଶମୀ ପର୍ଯ୍ୟନ୍ତ ଗୁଣ୍ଡିଚା ଘରେ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଆଉ ସେହି ପରମ୍ପରା ଅନୁଯାୟୀ ମହାପ୍ରଭୁ ସୁନା ବେଶରେ ଦର୍ଶନ ଦେଇଛନ୍ତି । 

ଆଡପ ମଣ୍ଡପରେ ଦର୍ଶନ କଲେ କୋଟି କୋଟି ପୂଣ୍ୟ ମିଳିଥାଏ ଏହି ବିଶ୍ବାସରେ ଅହେତୁକ ଭକ୍ତଙ୍କ ଭିଡ ଲାଗିଥିଲା । ଏନେଇ ମାଉସୀ ମା’ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି ।

You Can Read:

ସରକାରଙ୍କୁ କଂଗ୍ରେସର ପ୍ରଶ୍ନ : ବାଲେଶ୍ୱରକୁ କେବେ ମିଳିବ ମହାନଗର ନିଗମର ମାନ୍ୟତା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.