ଭୋଗରାଇ ୧୦।୭: ଫୁଲୁଛି ସୁବର୍ଣ୍ଣରେଖା । ତୃତୀୟ ବନ୍ୟା ଆଶଙ୍କା ନେଇ ଆଲର୍ଟରେ ପ୍ରଶାସନ । ଏବେ ବି ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ଚଳିତ ବର୍ଷ ପ୍ରଥମ, ଦ୍ଵିତୀୟ ବନ୍ୟା ଜଳ ସମ୍ପୂର୍ଣ୍ଣ ନିଷ୍କାସନ ହୋଇନଥିବା ବେଳେ ପୁଣି ତୃତୀୟ ବନ୍ୟା ନେଇ ଚିନ୍ତାରେ ଲୋକେ । ଭୋଗରାଇ ବ୍ଲକ୍ରେ ଏବେ ବି ୧୮ଟି ପଞ୍ଚାୟତ ବନ୍ୟା ଜଳରେ ଜଳମଗ୍ନ ହୋଇ ରହିଛି । ପୁଣି ବନ୍ୟା ଜଳ ଗାଁକୁ ଧୀରେ ଧୀରେ ପ୍ରବେଶ ଆରମ୍ଭ କରିଥିବା ବେଳେ ହଜାର ହଜାର ଲୋକେ ଚିନ୍ତାରେ ।
ସେପଟେ ସରକାରଙ୍କ ସମସ୍ତ ସେବା ଲୋକଙ୍କ ପାଖରେ ପହଞ୍ଚିବା କଡା ନିର୍ଦ୍ଦେଶ ଦେଇଛନ୍ତି ସରକାର । ସୁବର୍ଣ୍ଣରେଖା ନଦୀରେ ଏଭଳି ବାରମ୍ବାର ବନ୍ୟା ହେଉଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଲୋକେ ଦାବି କରିଛନ୍ତି ।
You Can Read: