ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ

Published By : Prameya-News7 Bureau | July 23, 2025 IST

ବିନିକା ୨୩।୭: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ କୁମ୍ଭାରଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି l 

ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ କୁମ୍ଭାର ସ୍କୁଲରେ ମନମୁଖୀ କାର୍ଯ୍ୟ କରୁଛନ୍ତି l ବିଦ୍ୟାଳୟକୁ ଆସୁଥିବା ଅନୁଦାନ ମନଇଚ୍ଛା ଖର୍ଚ୍ଚ ମଧ୍ୟ କରୁଛନ୍ତି l ବିଦ୍ୟାଳୟର ଠିକ୍ ଭାବରେ ପାଣି ଆସୁନଥିବା ବେଳେ ଛାତ୍ରଛାତ୍ରୀ ମାନେ ବାହାରକୁ ଶୌଚ ପାଇଁ ଯାଉଛନ୍ତି l ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ପୋକ ସାଲୁ ବାଲୁ ହେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି l ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହିଁ କର୍ଣ୍ଣପାତ କରୁନାହାନ୍ତି l ଫଳରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ମାନେ ଅତିଷ୍ଠ ହୋଇ ବିଦ୍ୟାଳୟରେ ତାଲା ପକାଇବା ସହ ଧାରଣା ଦେଇଛନ୍ତି l ତେବେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ନହେଲେ ତାଲା ଖୋଲିବୁ ନାହିଁ ବୋଲି ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି l ଏହି ଆନ୍ଦୋଳନରେ ନବ ନିର୍ମାଣ କୃଷକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି l

You Can Read:

ଓଟିଇଟି ପ୍ରଶ୍ନ ଲିକ୍‌ ଘଟଣାର ଫିଟୁନି ରହସ୍ୟ : ସନ୍ଦେହ ଘେରରେ ପ୍ରଶ୍ନ ଛାପିଥିବା ଫାର୍ମ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.