ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ : ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | August 15, 2025 IST

ଭୁବନେଶ୍ବର ୧୫।୮: କିଏ ଅନ୍ୟର ଜୀବନ ବଞ୍ଚାଇଥିଲା ତ ଆଉ କିଏ ଅନ୍ୟର ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।ରାଜ୍ୟବାସୀଙ୍କୁ ସୁଖରେ ଜୀବନ ଅତିବାହିତ କରିବା ପାଇଁ କିଏ ବଣ ଜଙ୍ଗଲରେ ବୁଲି ବୁଲି ସୁରକ୍ଷା ଯୋଗାଉଥିଲା । ଏହିଭଳି ବୀରତ୍ବ ଦେଖାଇଥିବା ୩୪ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଡାକ୍ତର ରଞ୍ଜନା ଭଣ୍ଡାରେଙ୍କୁ ଜୀବନ ରକ୍ଷା ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଥିଲା । ବୀରତ୍ବ ଓ ସାହସିକତା ସେବା ପାଇଁ ପୋଲିସ ବିଭାଗର ଗିରିଶ ଚନ୍ଦ୍ର ମାଝୀ, ପବିତ୍ର କୁମାର ସାହୁ, ଉମେଶ ପଣ୍ଡା, ପୀତାମ୍ବର ସତନାମୀ, ରମେଶ ଚନ୍ଦ୍ର ସାହୁ, ସୁଶାନ୍ତ ସାଗରଙ୍କୁ ପଦକ ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ସେବା ପାଇଁ ସୁରେଶ ସାମଲ, ସତ୍ୟବାଦୀ ମଲିକ, ସେଖ ଅବଦୁଲ ସାୟତ ଶରତ ଚନ୍ଦ୍ର ବେହେରା, ତେଜ ବାହାଦୂର, ଜୟନ୍ତ ସୁନା ଓ ମନୋଜ ଜେନାଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା । 

ସେହିଭଳି କାରାଗାର ସୁରକ୍ଷା ପାଇଁ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କୁ ରାଷ୍ଟ୍ରପତି ମେଡାଲ ପ୍ରଦାନ କରାଯାଇଥିଲା । ଏଥିପାଇଁ ବାଲେଶ୍ବର ଜିଲ୍ଲା କାରାଗାର ଅଧିକ୍ଷକ ସୁଚିତ୍ରା ଦାସ କୋରାପୁଟ କାରାଗାର ଅଧିକ୍ଷକ କୁଅଁର ମାରାଣ୍ଡିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା । ସେହିଭଳି ଅଗ୍ନିଶମ ବାହିନୀର ସଞ୍ଜୀବ ନାୟକ, ପ୍ରମୋଦ ରାଉତ, ଗୃହରକ୍ଷୀ ବିଭାଗର ସୌଭାଗ୍ୟ ପ୍ରଧାନ, ନଗେନ୍ଦ୍ର ଭୋଳ, ଅଭିମନ୍ୟୁ ପ୍ରଧାନ ବିଶ୍ବରଞ୍ଜନ ଭୋଇ, ପ୍ରଶାନ୍ତ ସାହୁ ଓ ଭ୍ରମରବର ସେଠଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଥିଲା । ୨୦୨୨ ସେପ୍ଟେମ୍ବର ବଲାଙ୍ଗିର ଖପ୍ରାଖୋଲରେ ମାଓ ମୁକାବିଲା କରି ୫ ଏସଓଜି ଯବାନ ପାଇଛନ୍ତି ସାହସିକତା ରାଷ୍ଟ୍ରପତି ମେଡାଲ । 

ପଦକ ପାଇଥିବା ସମସ୍ତଙ୍କ ପରିବାର ମେଡାଲ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ଏମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହିତ ଆଗକୁ ଆହୁରି ଭଲ କାର୍ଯ୍ୟ କରିବା ପାଇଁ ଉତ୍ସାହିତ ହେବେ ବୋଲି ମେଡାଲ ପାଇଥିବା ଅଧିକାରୀ ମାନେ କହିଛନ୍ତି । 

You Can Read:

ପରିବାରିକ କଳହର କରୁଣ ପରିଣତି : ଯୁବକଙ୍କୁ ବାପା-ଭାଇ ପେଟ୍ରୋଲ ଢାଳି ଜାଳି ଦେଇଥିବା ଅଭିଯୋଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.