ଆସନ୍ତା ୩୧ରେ ହେବାକୁ ଥିବା ସ୍ପେଶାଲ OTET ସ୍ଥଗିତ : ଅନିବାର୍ଯ୍ୟ କାରଣ ପାଇଁ ସ୍ଥଗିତ ଘୋଷଣା

Published By : Prameya-News7 Bureau | August 21, 2025 IST

କଟକ ୨୧।୮: ସ୍ଥଗିତ ରହିଲା ସ୍ବତନ୍ତ୍ର ଓଟିଇଟି । ଅଗଷ୍ଟ ୩୧ରେ ହୋଇଥାଆନ୍ତା ସ୍ବତନ୍ତ୍ର ଓଟିଇଟି । ପରୀକ୍ଷା ସ୍ଥଗିତ ନେଇ ବୋର୍ଡ କର୍ତ୍ତୃପକ୍ଷ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଅନିବାର୍ଯ୍ୟ କାରଣ ବଶତଃ ପରୀକ୍ଷା ସ୍ଥଗିତ ରଖାଯାଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଜୁଲାଇ ୨୦ରେ ଅନୁଷ୍ଠିତ ହେବାକୁ ଥିଲା ସ୍ୱତନ୍ତ୍ର ଓଟିଇଟି । ହେଲେ ପରୀକ୍ଷାର ଠିକ୍ ପୂର୍ବ ରାତିରେ ଅପ୍ରତ୍ୟାଶିତ ଭାବରେ ବାତିଲ କରାଯାଇଥିଲା ।  ପ୍ରଶ୍ନପତ୍ର ଲିକ୍ ହେବା ଏଭଳି କରିବାର କାରଣ ଥିଲା । 

ଏମିତିରେ  ଏହି ଘଟଣାର ତଦନ୍ତ ଭାର ଯାଇଥିଲା କ୍ରାଇମବ୍ରାଞ୍ଚ ହାତକୁ । କ୍ରାଇମବ୍ରାଞ୍ଚ ତଦନ୍ତ କ୍ରମେ ବୋର୍ଡ  ଉପସଭାପତି ନିହାର ମହାନ୍ତି, ବୋର୍ଡ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିବା ଜିତେନ୍ ମହାରଣା, ରାୟଗଡ଼ା ଜିଲ୍ଲାର ଏକ୍ସ କ୍ୟାଡ୍‌ର ଶିକ୍ଷକ ସଂଘ ସଭାପତି ବିଜୟ ମିଶ୍ରଙ୍କ ସମେତ ୮ ଜଣକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

କିଛି ଦିନ ତଳେ ଆସନ୍ତା ୩୧ ତାରିଖରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି କରିବା ଏବେ ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଥିଲେ ବୋର୍ଡ ସଭାପତି । ତେବେ ଖୁବ୍‌ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରିବାକୁ ସଭାପତି ପ୍ରତିଶ୍ରୁତି ଦେଇଥିବା ବେଳେ ଏବେ ପରୀକ୍ଷା ସ୍ଥଗିତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । 

You Can Read:

ଆଇନ ଶୃଙ୍ଖଳା ପ୍ରସଙ୍ଗ ସବୁଠାରୁ ବଡ଼ ମୁଦ୍ଦା ହେବ, ବିରୋଧୀଙ୍କ ପ୍ରସଙ୍ଗକୁ ସାମ୍ନା କରିବାକୁ ସରକାର ପ୍ରସ୍ତୁତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.