ମେଟ୍ରୋ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର କମିଟି ଗଠିତ, ବିଭିନ୍ନ ସ୍ଥାନକୁ ଯାଇ କରିବେ ସର୍ଭେ

Published By : Prameya-News7 Bureau | August 20, 2025 IST

ଭୁବନେଶ୍ବର ୨୦।୮: କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ପରାମର୍ଶରେ ହେବ ମେଟ୍ରୋ ପ୍ରକଳ୍ପ । ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ମନ୍ତ୍ରୀ କହିଛନ୍ତି ଏଥିପାଇଁ ଏକ ସ୍ବତନ୍ତ୍ର କମିଟି କରାଯାଇଛି । ଏହି କମିଟି ବିଭିନ୍ନ ସ୍ଥାନକୁ ଯାଇ ସର୍ଭେ କରିବ ।  ରିପୋର୍ଟ ଦେବା ପରେ କେନ୍ଦ୍ରର ସାହାଯ୍ୟ ଲୋଡ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି । 

ତେବେ କେମିତି କାର୍ଯ୍ୟକାରୀ ହେବ ମେଟ୍ରୋ ପ୍ରକଳ୍ପ ସେ ନେଇ ରିପୋର୍ଟ ଦେବ ସ୍ବତନ୍ତ୍ର କମିଟି । ସେହି ରିପୋର୍ଟ ଅନୁସାରେ କେନ୍ଦ୍ର କେତେ ଆର୍ଥିକ ସହାୟତା ଦେବ ରାଜ୍ୟ କେତେ ଖର୍ଚ୍ଚ କରିବ ନିଷ୍ପତ୍ତି ନିଆଯିବ ।  କମିଟି ରିପୋର୍ଟ ଦେବା ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏନେଇ କେନ୍ଦ୍ର ସରକାରଙ୍କ ସହ ଅଧିକ ଆଲୋଚନା କରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।

କିଛି ଦିନ ପୂର୍ବେ ମନ୍ତ୍ରୀ କହିଥିଲେ ଯେ, ଭୁବନେଶ୍ବରରେ ନୂଆ ଡିଜାଇନ୍‌ରେ ହେବ ମେଟ୍ରୋ ପ୍ରକଳ୍ପ । ପୁରୁଣା ପ୍ରକଳ୍ପ ବନ୍ଦ । ମନ୍ତ୍ରୀ କହିଥିଲେ, ମେଟ୍ରୋ ପାଇଁ କେନ୍ଦ୍ରକୁ ବିଧିବଦ୍ଧ ପ୍ରସ୍ତାବ ଦିଆଯିବ । କେନ୍ଦ୍ର ସରକାରଙ୍କ ସହଯୋଗରେ ମେଟ୍ରୋ ପ୍ରକଳ୍ପ ହେବ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଟେକ୍ନିକାଲ କମିଟି ଗଠନ ହେବ । ଏହି କମିଟି ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ । ନୂଆ ଟ୍ରାକ୍ ନେଇ କମିଟି ରିପୋର୍ଟ ଦେବ । 

ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀ ସ୍ତରୀୟ ସବ୍ କମିଟିର ଦ୍ଵିତୀୟ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ କମ୍ପ୍ରେହେନସିଭ୍ ମୋବିଲିଟି ପ୍ଲାନ୍ ତିଆରି ହୋଇଛି । କେଉଁ ଲାଇନରେ ଯିବ କେଉଁ ସ୍ଥାନରେ ପାର୍କିଂ ଅଞ୍ଚଳ ହେବ ଟେକ୍ନିକାଲ କମିଟି ସବିଶେଷ ରିପୋର୍ଟ ଦେବ । ଏଥିପାଇଁ ସାଧାରଣ ଲୋକଙ୍କ ମତାମତ ନିଆଯିବ । ପୁରୁଣା ପ୍ରକଳ୍ପ ଅନୁଯାୟୀ ରାସ୍ତାରେ ଟ୍ରାଫିକ୍ ଜାମ୍ ରହୁଛି । ଟେଷ୍ଟିଂ ବେଳେ କ’ଣ ଅବସ୍ଥା ହେଲା କେତେ ହଇରାଣ ହେବାକୁ ପଡିଲା । ମେଟ୍ରୋ କାମ ଚାଲିଥିଲେ ପୁରା ରାସ୍ତା ଠପ୍ ହୋଇଯାଇଥାନ୍ତା । ସେଥିପାଇଁ ନୂଆ ଟ୍ରାକ୍ ଯାହା ହେବ କମିଟି ରିପୋର୍ଟ ଦେବ ବୋଲି ମନ୍ତ୍ରୀ କହିଥିଲେ ।

You Can Read:

କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଚିଠି, ୫୦୦ ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ୨ ହଜାର କୋଟି ସହାୟତା ଦାବି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.