ନୂଆଦିଲ୍ଲୀ ୨୩।୦୭: କେବେ ଶୁଣିଛନ୍ତି କି ଦୁନିଆରେ ଏପରି ଏକ ଦେଶ ରହିଛି ଯେଉଁଠି ଖବରକାଗଜ କାଗଜରେ ନୁହେଁ ବରଂ କପଡାରେ ଛପାଯାଏ । ଆସନ୍ତୁ ଜାଣିବା ଏହି ଅନନ୍ୟ ଦେଶ ଏବଂ ଏହାର ପରମ୍ପରା ବିଷୟରେ...ସ୍ପେନ୍ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଖବରକାଗଜ କପଡାରେ ଛପା ଯାଇଥାଏ । ଏହି ପରମ୍ପରା ସେଠାକାର ଅନନ୍ୟ ସଂସ୍କୃତି ଏବଂ ଇତିହାସର ଅଂଶ ।
ସ୍ପେନରେ କାଗଜର ଦାମ୍ ବହୁତ ଅଧିକ । ଏଥିପାଇଁ ଏଠାରେ କପଡାରେ ଖବରକାଗଜ ଛପା ଯିବାର ପରମ୍ପରା ଆରମ୍ଭ ହୋଇଥିଲା । ଏହା ଖର୍ଚ୍ଚ କମ୍ କରିଥାଏ ଏବଂ କପଡା ବ୍ୟବହାର ଯୋଗ୍ୟ କରିଥାଏ । ସ୍ପେନର ରାଜା ମହାରାଜାଙ୍କ ସମୟରୁ କପଡାରେ ଖବରକାଗଜ ଛପା ଯିବାର ପ୍ରଥା ଚାଲି ଆସୁଛି । ଏହି ପରମ୍ପରା ଏବେ ବି ଚାଲୁଛି । ଏହା ମଧ୍ୟ ସ୍ପେନ୍ର ସାଂକୃତିକ ଐତିହ୍ୟକୁ ଦର୍ଶାଇଥାଏ ।
ସ୍ପେନ୍ରେ କପଡାରେ ଛପା ଯାଇଥିବା ଖବରକାଗଜକୁ ନା ତ କେବଳ ପଢାଯାଇଥାଏ, ବରଂ ଲୋକମାନେ ଏହାକୁ ଷ୍ଟାଇଲିଷ୍ଟ ଡ୍ରେସ୍ ତିଆରି କରିବାରେ ବ୍ୟବହାର କରିଥାନ୍ତି । ଏହି କପଡା ମଜବୁତ ଏବଂ ଆକର୍ଷକ ହୋଇଥାଏ । କପଡାରେ ଖବରକାଗଜ ଛାପିବା ପାଇଁ ସ୍ବତନ୍ତ୍ର ରଙ୍ଗ ଏବଂ ପ୍ରିଣ୍ଟିଂ ଟେକନିକ୍ର ଉପଯୋଗ କରାଯାଏ । ଏହି କପଡା ଧୋଇ ହୋଇଥାଏ । ଯାହା ଏହାକୁ ଅନନ୍ୟ କରିଥାଏ ।
କପଡାରେ ଖବରକାଗଜ ଛାପିବା ସ୍ପେନ୍ର ସାଂସ୍କୃତିକ ପରିଚୟର ଅଂଶ । ଏହି ପରମ୍ପରା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ଏବଂ ସ୍ପେନ୍ର ରଚନାତ୍ମକତାକୁ ଦର୍ଶାଇଥାଏ । ଭାରତରେ ମଧ୍ୟ ବର୍ତ୍ତମାନ କପଡାରେ ଖବରକାଗଜ ପରି ପ୍ରିଣ୍ଟିଂର ଡ୍ରେସ୍ ତିଆରି କରାଯାଉଛି । ଏହି ଷ୍ଟାଇଲିଷ୍ଟ ଏବଂ ଟେଣ୍ଡିଂ ଡିଜାଇନ୍ର ଅଂଶ ହୋଇଥାଏ, ଯାହା ସ୍ପେନ୍ରୁ ପ୍ରେରିତ । କପଡାରେ ଖବରକାଗଜ ଛାପିବା ପର୍ଯ୍ୟବରଣ ପାଇଁ ଲାଭକାରୀ । ଏହି ମଜବୁତ କପଡା ପୁନଃ ଉପଯୋଗ କରାଯାଇପାରିବ । ସ୍ପେନ୍ର ଏହି ଅନନ୍ୟ ପରମ୍ପରା ସଂସ୍କୃତି, ରଚନାତ୍ମକତା ଏବଂ ପର୍ଯ୍ୟବରଣ ସଂରକ୍ଷଣର ପ୍ରତୀକ ଅଟେ ।