ଯିଏ କଥା ହେବ ଦୁଇ ହଜାର ଟଙ୍କା ତଣ୍ଡ ଗଣିବ, ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆକୁ ବନ୍ଦକରି ପୁଅ ଭୋଗୁଛି ଦଣ୍ଡ

Published By : Prameya-News7 Bureau | June 08, 2025 IST

ଉଦଳା ୮ଯିଏ କଥା ହେବ ଦୁଇ ହଜାର ଟଙ୍କା ତଣ୍ଡ ଗଣିବ । ବାପାଙ୍କ ଶୁଦ୍ଧିକ୍ରିୟାରେ ହାଣ୍ଡିଆ ମଦକୁ ବନ୍ଦ କରି ଶେଷ କାର୍ଯ୍ୟ କରିଥିବାରୁ ଆଜି ପୁଅକୁ ଭୋଗିବାକୁ ପଡୁଛି ଦଣ୍ଡ । କଥାଟି ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ସାଙ୍ଘାତିକ ମଧ୍ୟ । କାହିଁକି ନା ପୁରା ପରିବାରକୁ ଏବେ ନିଆଁ ପାଣି ବାସନ୍ଦ କରାଯାଇଛି । 

ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଲେ ନାହିଁ, ତେଣୁ ଆଜି ଭୋଗିବାକୁ ପଡୁଛି ଦଣ୍ଡ । ହାଣ୍ଡିଆ ପାଇଁ ସାଙ୍ଘାତିକ ନିଷ୍ପତ୍ତି । ଗୋଟିଏ ପରିବାରକୁ ଏକ ମାସ ହେବ ଗାଁରେ ନିଆଁ ପାଣି ବାସନ୍ଦ କରାଯାଇଛି । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା କେଶପାଳ ଗ୍ରାମରେ । ଗ୍ରାମର ସାଗ୍ରାମ ସୋରେନଙ୍କ ବାପା ରାମ ସୋରେନଙ୍କର ଗତ ମାର୍ଚ୍ଚ ୧୭ତାରିଖରେ ମୃତ୍ୟୁ ହୋଇଥିଲା । ବାପାଙ୍କ ଶୁଦ୍ଧିକ୍ରିୟା ସମୟରେ ହାଣ୍ଡିଆ ବ୍ୟବହାର କରିବାକୁ ନାରାଜ ହୋଇଥିଲେ ସାଗ୍ରାମ । ଯେଉଁଥି ପାଇଁ ଗ୍ରାମବାସୀ ଶୁଦ୍ଧିକ୍ରିୟାରେ ସହଯୋଗ କରି ନଥିଲେ । ଶୁଦ୍ଧିକ୍ରିୟା ସରିବାର କିଛି ଦିନ ପରେ ଗ୍ରାମରେ ବୈଠକ ବସାଇ ନିଆଗଲା ଭୟଙ୍କର  ନିଷ୍ପତ୍ତି । ଶୁଦ୍ଧିକ୍ରିୟାରେ ହାଣ୍ଡିଆ ଦେଇ ନ ଥିବାରୁ ଦିଆଗଲା କଠୋର ଦଣ୍ଡ । ସାଗ୍ରାମଙ୍କ ପରିବାରକୁ କରାଗଲା ଗାଁରେ ନିଆଁ ପାଣି ବାସନ୍ଦ । ସାଗ୍ରାମଙ୍କ ପରିବାର ଗ୍ରାମର ନଳକୂପ ବ୍ୟବହାର କରିପାରିବେ ନାହିଁ, ପୋଖରୀରେ ଗାଧୋଇ ପାରିବେ ନାହିଁ କି ଗ୍ରାମ ଦୋକାନରୁ କିଛି  କିଣି ପାରିବେ ନାହିଁ । କେବଳ ସେତିକି ନୁହେଁ ସାଗ୍ରାମଙ୍କ ପରିବାର ସହିତ କେହି ଗ୍ରାମବାସୀ କଥା ହେବେ ନାହିଁ ବା ତାଙ୍କ ଘରକୁ ଯିବେ ନାହିଁ । ଯଦି କିଏ ସାଗ୍ରାମଙ୍କ ପରିବାର ସହିତ କଥା ହେବାର ଜଣାଯିବ ତେବେ ସେ ଦୁଇ ହଜାର ଟଙ୍କା ଜରିମାନା ଦେବ, ଏଭଳି କଠୋର ନିଷ୍ପତ୍ତି ଶୁଣାଇ ଦେଇଥିଲେ ଗ୍ରାମରେ । ଯାହାକୁ ନେଇ ସାଗ୍ରାମ ଶରତ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ମୟୁରଭଞ୍ଜ ଏସ୍‌ପିଙ୍କୁ ଭେଟି ଘଟଣା ବାବଦରେ ଅବଗତ କରାଇଛନ୍ତି । 

You Can Read:

ମାଓବାଦୀଙ୍କ ଗତିବିଧି ସୂଚନା ପରେ କମ୍ବିଂ ଅପେରସନ ଜୋରଦାର, ଡ୍ରୋନ୍ କ୍ୟାମେରା ସହାୟତାରେ ଚାଲିଛି ସର୍ଚ୍ଚ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.