ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍‌ ଘଟଣାରେ SIT ତଦନ୍ତ, ଇତ୍‌ମା ବିସ୍ଫୋରକ ଗୋଦାମରେ ଟିମ୍‌ର ଖୋଳତାଡ଼

Published By : Prameya-News7 Bureau | May 31, 2025 IST

ସୁନ୍ଦରଗଡ଼ ୩୧ସୁନ୍ଦରଗଡ଼ ବିସ୍ଫୋରକ ଗୋଦାମରେ ଏସଆଇଟି । ବଡ଼ଗାଁ ଥାନା ଇତମାରେ ଥିବା ବିସ୍ଫୋରକ ଗୋଦାମରେ ପହଞ୍ଚିଛି ଏସଆଇଟି ଟିମ୍ । ଗତ ୨୭ ତାରିଖରେ କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିକୁ ବିସ୍ଫୋରକ ଯାଉଥିବା ବେଳେ ଲୁଟ୍ ହୋଇଥିଲା । ବିସ୍ଫୋରକ ଲୁଟ୍‌ର ତଦନ୍ତ ପାଇଁ ଏସଆଇଟି ଗଠନ ହୋଇଛି । ଶୁକ୍ରବାର ସର୍ଚ୍ଚ ଅପରେସନ ସମୟରେ କିଛି ବିସ୍ଫୋରକ ଉଦ୍ଧାର ହୋଇଥିବା ବେଳେ ଶନିବାର ମଧ୍ୟ ସର୍ଚ୍ଚ ଅପରେସନ ଚାଲିଛି ।

ଗତ ୨୭ ତାରିଖରେ ବିସ୍ଫୋରକ ଲୁଟ ହେବା ପରେ ମିନିଟ୍ରକ ଡ଼୍ରାଇଭରଙ୍କ ଅଭିଯୋଗ ଆଧାରରେ ସରଣ୍ଡା ଜଙ୍ଗଲରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ୪ ଦିନର ସର୍ଚ୍ଚ ଅପରେସନ ପରେ ଶୁକ୍ରବାର ଅପରାହ୍ନରେ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲର ତିଲିରିପୋଷିରେ ମାଟି ତଳୁ ପାଖାପାଖି ୭୦ ପ୍ରତିଶତ ଲୁଟ୍ ବିସ୍ଫୋରକ ଜବତ ହୋଇଛି । ବାକି ବିସ୍ଫୋରକ କେଉଁଠି ରହିଛି ତାର ଖାନତଲାସୀ ଚଳାଇଛି ସିଆଇପିଏଫ, ଡ଼ିଭିଏଫ, କୋବ୍ରା , ଝାଡ଼ଖଣ୍ଡ ଜାଗୁଆର ବାହିନୀ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନରେ ଚାଲିଥିବା ବେଳେ ଶନିବାର ସାମିଲ ହୋଇଛି ଏସ୍‌ଓଜି । କୁହାଯାଉଛି ଯେଉଁ ମାଓବାଦୀ ଏହି ବିସ୍ଫୋରକ ଟ୍ରକ୍‌ ଲୁଟିନେଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ୮ରୁ ୧୦ ମହିଳା ବନ୍ଧୁକଧାରୀ ମାଓବାଦୀ । ସେପଟେ ଟ୍ରକ୍ ଡ୍ରାଇଭର ସହ ବିସ୍ଫୋରକ ଗୋଦାମ ମାଲିକଙ୍କୁ ମାରାଥନ ଜେରା ଚାଲିଛି । ବଡର୍ଗା ଇତମାରେ ଥିବା ବିସ୍ଫୋରକ ଗୋଦାମ ଉପରେ ଛାପା ମାରିଛି ଏସଆଇଟି ଟିମ୍ ସହ ଖଣି ବିଭାଗ । 

You Can Read:

ସମ୍ପତ୍ତି ପାଇଁ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କୁ ହତ୍ୟା : ଧରାପଡିଗଲା ମିଛ ନାଟକ, ଶେଷରେ ବନ୍ଧାହେଲେ ମହିଳା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.